Uncategorized

 ପ୍ରଥମ ବର୍ଷାର ବିତ୍ପାତ: ବଜ୍ରପାତରେ ୮୩ ମୃତ

ପାଟନା: ବିହାରରେ ପ୍ରଥମ ବର୍ଷା ବିପର୍ଯ୍ୟୟ ଖେଳାଇଚାଲିଛି । ଗୁରୁବାର ବିହାରର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ୮୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକ ପୋଡିଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ବଜ୍ରପାତରେ ଗୋଟିଏ ଲେଖା ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବିଲବାଡିରେ କାମ କରୁଥିବା ବେଳେ ବଜ୍ରପାତ ଘଟିବାରୁ ମୃତ୍ୟୁ ବରଣ କରିଛନ୍ତି ବା ପୋଡି ଯାଇଛନ୍ତି । ବର୍ଷା ସାଙ୍ଗକୁ ଝଡତୋଫାନ ଓ ବଜ୍ରପାତରେ ୨୩ଟି ଜିଲ୍ଲା ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି ।
ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ବଜ୍ରପାତରେ ସବୁଠୁ ଅଧିକ ଲୋକ ଗୋପାଳଗଞ୍ଜରେ ମରିଥିବା ଜଣାପଡିଛି । ଏଠାରେ ମୋଟ ୧୩ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବେଳେ ଦରଭଙ୍ଗା, ବାଙ୍କା, ପୂର୍ବ ଚମ୍ପାରଣରେ ୫ ଜଣ ଲେଖା, ଭାଗଲପୁର, ଶିବାନରେ ୬ ଜଣ ଲେଖା ପ୍ରାଣ ହରାଇଛନ୍ତି ।
ସେହିପରି ଖଗଡିଆରେ ୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ମଧୁବନୀରେ ୮, ପଶ୍ଚିମ ଚମ୍ପାରଣରେ ୨, ସମସ୍ତିପୁରରେ ଜଣେ, ଶିବହରରେ ଜଣେ, କିସନଗଞ୍ଜରେ ୨, ସାରଣରେ ୧, ଜାହାନାବାଦରେ ୨, ସୀତାମଢୀରେ ୧, ଜମୁଇରେ ୨, ନବାଦାରେ ୮, ପୂର୍ଣ୍ଣିୟାରେ ୨, ସୁପୌଲରେ ୨, ଔରଙ୍ଗାବାଦରେ ୩, ବକ୍ସରରେ ୨, ମଧେପୁରାରେ ୧ ଓ କୈମୁରରେ ୨ଜଣ ଏହିପରି ଏର୍ଯ୍ୟନ୍ତ ମୋଟ ୮୩ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

Related posts

ସୁଣ୍ଠି, ଗୋଲମରିଚ, ଗିଲୋୟରେ ରହିଛି କୋରୋନା ନିରୋଧକ ଗୁଣ

mahabharatanews

ଆମେରିକାକୁ ଆଉ ଏକ ଭୂତାଣୁ ଭୟ

mahabharatanews

କରୋନା କାଳରେ ୨୫ ପ୍ରତିଶତ ଲୋକ ମାନସିକ ଦୁଶ୍ଚିନ୍ତାର ଶିକାର

mahabharatanews