Uncategorized

ମହାରାଷ୍ଟ୍ର: ୨୪ ଘଣ୍ଟାରେ ୮୭ ପୁଲିସ କରୋନା ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ ୧୯ ଆକ୍ରାନ୍ତ ସଂଖ୍ୟା ଭୟଙ୍କର ରୂପେ ବୃଦ୍ଧି ପାଇବାରେ ଲାଗିଛି । ଏହି ଭୂତାଣୁ ସଂକ୍ରମଣରେ ରାଜ୍ୟର ଆଉ ୮୭ ଜଣ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହା ପରେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ ୧୭୫୮ ଜଣ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ରାଜ୍ୟ ପୁଲିସ ସୂତ୍ରରୁ ପ୍ରକାଶ, ରାଜ୍ୟରେ ୧୮୩ ଜଣ ପୁଲିସ ଅଧିକାରୀ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ୧୫୭୫ ଜଣ ଅନ୍ୟ ର୍ୟାଙ୍କର କର୍ମଚାରୀ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭ ଜଣ ପୁଲିସ କର୍ମଚାରୀ କୋଭିଡରେ ସଂକ୍ରମିତ ହେବା ପରେ ରାଜ୍ୟ ପୁଲିସର ୧୭୫୮ ଜଣ ସଂକ୍ରମିତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୬୭୩ ଜଣ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଆଜି ସୁଦ୍ଧା ମୋଟ ୪୭୧୯୦ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୩,୪୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫୭୭ ଜଣଙ୍କ ମୃତ୍ୟୁ ହୋଇଛି ।

Related posts

ପରିବାର ସହ ଜେଲ ଗଲେ ଆଜମ ଖାନ

mahabharatanews

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews

ସ୍ତ୍ରୀଙ୍କ ମୃତ୍ୟୁ ପରେ ମିଳିଲାନି କାନ୍ଧ: ମୃତଦେହ ସାଇକେଲରେ ରଖି ଏଣେତେଣେ ବୁଲିଲେ ବୃଦ୍ଧ

mahabharatanews