Uncategorized

ସୁପ୍ରିମ କୋର୍ଟର ୯ ବିଚାରପତିଙ୍କ ଶପଥଗ୍ରହଣ

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟର ୯ ଜଣ ବିଚାରପତି ଏକକାଳୀନ ଶପଥପାଠ କରିଛନ୍ତି । ୯ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଏନ ଭି ରମଣା । କରୋନା କଟକଣା ମଧ୍ୟରେ ଏହି ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୁପ୍ରିମକୋର୍ଟ ଭବନ ପରିସରରେ ଏହାର ଆୟୋଜନ କରାଯାଇଛି । ଏହି ୯ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ରହିଛନ୍ତି ।
ଦେଶର ନ୍ୟାୟିକ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା, ଯେତେବେଳେ ୯ ଜଣ ବିଚାରପତି ଏକ କାଳୀନ ଶପଥପାଠ କରିଛନ୍ତି । ସୁପ୍ରିମକୋର୍ଟ ଭବନ ପରିସରରେ ମୁଖ୍ୟ ବିଚାରପତି ଏନ ଭି ରମଣା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ୯ ବିଚାରପତିଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି.ଭି ନାଗରତ୍ନ, ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ ୩ ବିଚାରପତି ରହିଛନ୍ତି । ଚର୍ଚ୍ଚା ହେଉଛି ୨୦୨୭ ସୁଦ୍ଧା ନାଗରତ୍ନ ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଭାବେ ଶପଥ ପାଠ କରି ପାରନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଏସ୍ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପିଏସ ନରସିମାଙ୍କୁ ମୁଖ୍ୟ ବିଚାରପତି ଶପଥପାଠ କରାଇଛନ୍ତି । ଏହି ୯ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମ କୋର୍ଟରେ ଆବଶ୍ୟକ ହେଉଥିବା ୩୪ ବିଚାରପତି ପଦବୀରୁ ୩୩ଟି ପୂରଣ ହୋଇଛି । ଗୋଟିଏ ପଦବି ଖାଲି ରହିଛି ।

 

Related posts

ପେଟ ପାଇଁ ଖୁବ୍ ଉପକାରୀ ପିଆଜ

mahabharatanews

ଦିଲ୍ଲୀରେ ଆପ୍ କର୍ମୀଙ୍କୁ ହତ୍ୟା, ୩ ଗିରଫ

mahabharatanews

ଶହୀଦ ଯବାନଙ୍କୁ କେଜ୍ରିୱାଲଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

mahabharatanews