ଓଡିଶା

ଭୁବନେଶ୍ୱରରୁ ୯ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ପୁଣି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ୱରରୁ ୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୯ଜଣ ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି । ୯ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ କରୋନା ଯୋଦ୍ଧା ଅଛନ୍ତି । ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ନିକଟରୁ ଜଣେ ୨୯ ବର୍ଷୀୟା ଯୁବତୀ ରହିଛନ୍ତି । ସେହିପରି ଭୀମପୁର ଅଞ୍ଚଳରୁ ଜଣେ ୪୬ ବର୍ଷୀୟ ଯୁବକ, ଭୀମପୁର ୟୁନିଟ-୬ରୁ ୨୩ବର୍ଷୀୟା ମହିଳା, ଶାଲିଆ ସାହିର ନିରନକାରି ନଗରରୁ ୧୯ବର୍ଷୀୟ ଯୁବକ, ଗାଡ଼କଣ ମହିମା ନଗରରୁ ୨ଜଣ ପୁରୁଷ ଯଥାକ୍ରମେ ୫୩ ଓ ୧୪ ବର୍ଷୀୟ ଓ କୋଭିଡ ଡାକ୍ତରଖାନାରୁ ୩ଜଣ କରୋନା ଯୋଦ୍ଧା ଅଛନ୍ତି । ଏହି କରୋନା ଯୋଦ୍ଧାଙ୍କ ମଧ୍ୟରେ ୨ ଜଣ ଯୁବକ ଓ ଜଣେ ୩୦ ବର୍ଷୀୟା ମହିଳା ରହିଛନ୍ତି । ବିଏମସି ପକ୍ଷରୁ ଟ୍ୱିଟର ଯୋଗେ ସୂଚନା ଦିଆଯାଇଛି । ଏହି ସବୁ ଅଞ୍ଚଳକୁ ଏବେ ସାନିଟାଇଜ କରାଯାଉଥିବା ବେଳେ ୯ଜଣ କରୋନା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଥିଲେ, ସେ ନେଇ ଅନୁସନ୍ଧାନ ଜାରି ରହିଛି ।

ଚନ୍ଦ୍ରଶେଖରପୁରରୁ ଚିହ୍ନଟ ଆକ୍ରାନ୍ତ ବିହାରରୁ ଫେରିଥିବା ବେଳେ ଭୀମପୁର ଅଞ୍ଚଳରରୁ ଚିହ୍ନଟ ଦିଲ୍ଲୀ ଫେରନ୍ତା, ଭୀମପୁର ୟୁନିଟ-୬ରୁ ଚିହ୍ନଟ କୋଲକାତା ଫେରନ୍ତା, ଶାଲିଆ ସାହିର ନିରନକାରି ନଗରର ଆକ୍ରାନ୍ତ ଦିଲ୍ଲୀରୁ ଆସିଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିଭଳି ଗାଡ଼କଣ ମହିମା ନଗରରୁ ଚିହ୍ନଟ ଦୁଇ ବ୍ୟକ୍ତି ଘରୋଇ ଡାକ୍ତରଖାନାର କର୍ମଚାରୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।

Related posts

କଲେଜରେ ବୁଲିଲେ ଭାଲୁ

mahabharatanews

ଜରଡା ଥାନା ପୋଲିସ ଯିବେ କ୍ୱାରାଣ୍ଟାଇନରେ

mahabharatanews

ଅବ୍ୟକ୍ତ ଦୁଃଖ ; ପରଲୋକରେ ସହିଦ୍ ସୁଶାନ୍ତଙ୍କ ମା’ 

mahabharatanews