ଅପରାଧ

ସିପିଏମ ବିଧାୟକଙ୍କ ପିଏସଓଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ)ଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । ସୁନ୍ଦରଗଡ ଜିଲ୍ଲା କୁର୍ଦା ଗାଁରେ ଥିବା ପିଏସଓ ଡମ୍ବରୁ ଧର ସାହୁଙ୍କ ଘରୁ ଆଜି ସକାଳୁ ତାଙ୍କ ମୃତଦେହ ମିଳିଛି । ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ପୁଲିସ ଅନୁଯାୟୀ, ସାହୁ ତାଙ୍କ ସର୍ଭିସ ରିଭଲଭରରେ ମୃତ୍ୟୁବରଣ କରିିଛନ୍ତି । ଏଥିନେଇ ଲସୁଣପଡା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୁଲିସ । ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ପୁଲିସ କହିଛି ହୁଏତ ଏହା ଏକ ଆତ୍ମହତ୍ୟା ଅଥବା ହତ୍ୟା ମାମଲା ହୋଇପାରେ ।

Related posts

ଦୁଷ୍କର୍ମ ପରେ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

mahabharatanews

ନାବାଳିକା ଦୁଷ୍କର୍ମକାରୀକୁ ଗିରଫ କଲା ପୋଲିସ

mahabharatanews

କୋଭିଡ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଅଖାଦ୍ୟ

mahabharatanews