Uncategorized

ସୁନ୍ଦର ପିଚାଇ ‘ଆଲଫାବେଟ୍’ର ନୂଆ ସିଇଓ

(ମହାଭାରତ/ନୂଆଦିଲ୍ଲୀ): ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବେ ପରିଚିତ ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କୁ ନୂତନ ନିଯୁକ୍ତି ମିଳିଛି । ସେ ଗୁଗଲର ଅନ୍ୟତମ କମ୍ପାନୀ ‘ଆଲଫାବେଟ୍’ର ଦାୟିତ୍ୱ ନେବା ସହ ଏହାର ନୂତନ ସିଇଓ ନିଯୁକ୍ତ ହୋଇଛନ୍ତି । ଗୁଗଲର ସହପ୍ରତିଷ୍ଠାତା ଲେରି ପେଜ୍ ଏବଂ ସର୍ଗୀ ବ୍ରିନଙ୍କ ଇସ୍ତଫା ପରେ ବି ସେମାନେ କମ୍ପାନୀର ଅଂଶୀଦାର ଏବଂ ବୋର୍ଡ ଅଫ ଡାଇରେକ୍ଟର୍ସରେ ସାମିଲ ରହିବେ ।
ତେବେ ଗୁଗୁଲ ପ୍ରତିଷ୍ଠା କରିବାର ପ୍ରାୟ ୨ ଦଶନ୍ଧି ପରେ ସେମାନେ ଇସ୍ତଫା ଘୋଷଣା କରିଛନ୍ତି । ଏମାନଙ୍କ ଇସ୍ତଫା ପରେ ସୁନ୍ଦର ପିଚାଇଙ୍କୁ ଉଭୟ ଗୁଗଲ ଏବଂ ଆଲଫାବେଟ୍ ସିଇଓ ଦାୟିତ୍ୱ ମିଳିଛି । ଉଲ୍ଲେଖଯୋଗ୍ୟ, ୨୦୧୫ରେ ଆଲଫାବେଟର ସ୍ଥାପନ ହୋଇଥିଲା ।

Related posts

ରାଜ୍ୟସଭାରେ ଶପଥ ଗ୍ରହଣ ପରେ ମୁହଁ ଖୋଲିବେ ଗୋଗୋଇ

mahabharatanews

ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ପାରା କମାଣ୍ଡୋଙ୍କ ଶକ୍ତି ପ୍ରଦର୍ଶନ

mahabharatanews

ଦେଶରେ ୨ ବାଦୁଡି ପ୍ରଜାତିଙ୍କଠାରେ କରୋନା ଭୂତାଣୁ

mahabharatanews