(ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଚତୁର୍ଥ ସଂଧ୍ୟାରେ କଳାକାର ମାନେ କ୍ରିଡା ଓ ବିଭିନ୍ନ ପ୍ରକାରର ଟାଡିସ୍ନାଲ ଗେମ୍ ସଂପର୍କରେ ବାଲୁକାରେ ସେମାନଙ୍କର କଳା କୁ ଜିବନ୍ତ ଭାବରେ ଦେଖାଇଛନ୍ତି । ବିଶେଷକରି ଟାଡିସ୍ନାଲ ଗେମ୍ ଭୁଲି ମୋବାଇଲ୍ ଓ କମ୍ପ୍ୟୁଟର ଗେମ୍ ରେ ଖେଳୁଛନ୍ତି କିପରି ପୁରୁଣା ଖେଳକୁ ପୁଣି ଖେଳିବାରେ ତାହା ବାଲୁକା କଳା ମାଧ୍ୟମରେ ସଚେତନତା ବାଣ୍ଟିଲେ । ଓଡିଶାରେ ହକି ଖେଳ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ କଳାକାର ମାନେ ବାଲି ମାଧ୍ୟମରେ ବିଶ୍ଵକପ ହକି କୁ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି ।
ଦେଶ ବିଦେଶରୁ ଅ।ସିଥିବା କଳାକାର ମାନଙ୍କର ଦ୍ଵାରା ବାଲୁକା କଳା ଲୋକଲୋଚନ ଆଣିବାକୁ ଚେଷ୍ଟା କରାଯାଇ୍ଥିବାର ଦେଖିବାକୁ ମିଳିଛି । ପର୍ୟ୍ୟଟକ ଦେଖିବାପାଇଁ ଚନ୍ଦ୍ରଭାଗା ବେଳା ଭୂମିରେ ପ୍ରବଳ ଭି଼ଡ ଜମିଛି ଦର୍ଶକ ମାନଙ୍କର । ସେପଟେ ଏଭଳି ସ୍ଥାନରେ ଅଂଶ ଗ୍ରହଣ କରି ବେଶ୍ ଉତ୍ସାହିତ ଅଛନ୍ତି କଳାକାର ମାନେ ।
previous post
