ଓଡିଶା

ଦେବୀ ନଦୀରୁ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

(ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: କାକଟପୁର ଦେବୀ ନଦୀ ବାଉରିଆକଣ ନିକଟରୁ ନଦୀରେ ଭାସୁଥିବା ସମୟରେ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କଲା କାକଟପୁର ପୋଲିସ । ଅ।ଜି ସକାଳେ କିଛି ଲୋକେ ନଦୀରେ ମୃତ ଦେହ ଭାସୁଥିବା ନେଇ ଥାନାରେ ଜଣାଇବାପରେ କାକଟପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ କୁ ଉଦ୍ଧାର କରିଛି। ମୃତ ନାବାଳିକା ଛାତ୍ରୀ ସହିତ ଦୁଷ୍କର୍ମ ହୋଇଛି ନା ଅ।ଉ କିଛି ଘଟଣା ରେ ମୃତ୍ୟୁ ହୋଇଛି ପୋଲିସ ତାର ଅନୁସନ୍ଧାନ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଚେଦ ରିପୋର୍ଟ ଅ।ସିବା ପରେ ଏହାର ସତ୍ୟାସତ୍ୟ ଜଣା ପଡିବ । ସେପଟେ ଗତକାଲି ଠାରୁ ନାବାଳିକା ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଅ।ଜି ତାର ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତନାବାଳିକା ବାଉରୀଅ।କଣ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ବୋଲି ଜଣା ପଡିଛି । ତେବେ ମୃତକ ସହିତ ଦୁଷ୍କର୍ମ ହୋଇଛି ନା ନାହିଁ ତାହା ସ୍ପଷ୍ଟ ଜଣା ପଡିନାହିଁ ।

Related posts

 ଦୁର୍ବଳ ହେଉଛି କରୋନା: ରାଜ୍ୟରେ ୨୪ ଘଣ୍ଟାରେ ୧୬୧୭ ସଂକ୍ରମିତ ଚିହ୍ନଟ

mahabharatanews

ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା

mahabharatanews

ଦୀପ ଜାଳି, ଶଙ୍ଖ ଫୁଙ୍କି ମହାପ୍ରଭୁଙ୍କୁ ଆରାଧନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

mahabharatanews