ଓଡିଶା

ଓଏସ ସ୍ତରରେ ଅଦଳ ବଦଳ

(ହରପ୍ରସାଦ ବିଶୋଇ/ମହାଭାରତ )ଭୁବନେଶ୍ୱର: ବରିଷ୍ଠ ଓଏସ ସ୍ତରରେ ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୧୮ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ କୃଷ୍ଣପ୍ରସାଦ ପତି ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବା ବେଳେ କେନ୍ଦୁଝର ଡିଆରଡିଏ ପିଡି ଡ଼.ଉଦ୍ଧବ ଚରଣ ମାଝୀଙ୍କୁ ଯୋଜନା ଓ ସଂଯୋଜନା ବିଭାଗକୁ ବଦଳି କରାଯାଇଛି । ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ନିଯୁକ୍ତି ପାଇବେ । ଇଡ଼କୋ ସିଜିଏମ ଡ଼.ଗଣେଶ୍ୱର ଜେନାଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ମହେଶ୍ୱର ପାଣିଗ୍ରାହୀଙ୍କୁ କେନ୍ଦୁଝର ଡିଆରଡିଏ ପିଡି, କଟକ ଏଡିଏମ ଶ୍ରୀକାନ୍ତ ତରାଇଙ୍କୁ ମାଧ୍ୟମିକ ଶିକ୍ଷା ବୋଡ଼ର ସମ୍ପାଦକ, ଶିଳ୍ପ ବିଭାଗର ଯୁଗ୍ମ ସଚିବ ସୁଭେନ୍ଦ୍ର କୁମାର ନାୟକଙ୍କୁ ଗଂଜାମ ଏଡିଏମ ଭାବେ ବଦଳି କରାଯାଇଛି । ସେହପରି ଓଡିଶା ଏସଟି /ଏସସି ବିକାଶ ଅର୍ଥ ସମବାୟ ନିଗମ ଜେନେରାଲ ମ୍ୟାନେଜର ବାଳମୁକୁନ୍ଦ ଭୂୟାଁଙ୍କୁ ମାଲକାନଗିରି ଡିଆରଡିଏ ପିଡି, ଗଂଜାମ ଏଡ଼ିଏମ ଲକ୍ଷ୍ମୀକାନ୍ତ ସେଠିଙ୍କୁ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଯୁଗ୍ମ ସଚିବ,କଳାହାଣ୍ଡି ଡିଆରଡିଏ ପିଡି ଜ୍ଞାନରଞ୍ଜନ ଭଞ୍ଜଦେଓଙ୍କୁ ଗଜପତି ଏଡ଼ିଏମ ଭାବେ ବଦଳି କରାଯାଇଛି ଜ୍ଝମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଧରଣୀଧର ନନ୍ଦଙ୍କୁ କଟକ ଏଡ଼ିଏମ ଭାବେ ବଦଳି କରାଯାଇଥିବା ବେଳେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ରଙ୍କୁ କଳାହାଣ୍ଡି ଡିଆରଡିଏ ପିଡି ଭାବେ ବଦଳି କରାଯାଇଛି, ଫୁଲବାଣୀ ଉପଜିଲ୍ଲାପାଲ ଭାବେ ପୂର୍ବରୁ ବଦଳି ହୋଇଥିବା ଦୋଳମଣୀ ପଟେଲଙ୍କ ବଦଳି ଆଦେଶ ବାତିଲ କରାଯାଇ ତାଙ୍କୁ ରେଢ଼ାଖୋଲ ଉପଜିଲାପାଳ ଭାବେ ଅପସ୍ଥାପିତ କରାଯାଇଛି, ,ଆଠଗଡ ବିଡ଼ିଓ ଅଜାମ୍ବର ମହାନ୍ତିଙ୍କୁ ଢେଙ୍କାନାଳ ଡିଆରଡିଏ ଏପିଡ଼ି ଭାବେ ବଦଳିକରାଯାଇଥିବା ବେଳେ ସୁକିନ୍ଦା ଠାରେ ରେଙ୍ଗାଲି ଜଳ ସେଚନ ପ୍ରକଳ୍ପ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ବଦଳି ହୋଇଥିବା ପାରଳାଖେମୁଣ୍ଡି ଅତିରିକ୍ତ ତହସିଲଦାର ସରୋଜ କୁମାର ବେହେରାଙ୍କୁ ପାରଳାଖେମୁଣ୍ଡି ଆରଟିଡିଏ ପିଏ ଭାବେ ବଦଳି କରାଯାଇଛି, ରେଙ୍ଗାଲିଙ୍କୁ ତାଙ୍କର ବଦଳି ଆଦେଶ ବାତିଲ କରିଦିଆ ଯାଇଛି, ଧର୍ମଗଡ ବିଡ଼ିଓ ଅଶୋକ କୁମାର ଭୋଇଙ୍କୁ ବିରାମହାରାଜପୁର ଉପଜିଲାପାଳ ଭାବେ ବଦଳି କରାଯାଇଛି, ପାରଳାଖେମୁଣ୍ଡି ଆରଟିଡିଏ ପିଏ ସେଶଦେବ ମିଶ୍ରଙ୍କୁ ପାରଳାଖେମୁଣ୍ଡିର ଅତିରିକ୍ତ ଉପଜିଲାପାଳ ଭାବେ ବଦଳି କରାଯାଇଛି, ସୁନ୍ଦରଗଡ ଜିଲ୍ଲା ହେମଗିରି ବିଡ଼ିଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ଫୁଲବାଣୀ ଆରଟିଡିଏ ପିଏ ଭାବେ ବଦଳି କରାଯାଇଥିବା ବେଳେ ଏବେ ତାଙ୍କୁ ଫୁଲବାଣୀ ଉପଜିଲାପାଳ ଭାବେ ବଦଳି କରାଯାଇଛି, ଫୁଲବାଣୀ ଆରଟିଡିଏ ପିଏ ଭାବେ ପୂର୍ବ ବଦଳି ଆଦେଶକୁ ବାତିଲ କରିଦିଆଯାଇଛି, ଶ୍ରୀ ପ୍ରଧାନଙ୍କୁ ଫୁଲବାଣୀର ସବଡ଼ିଭିଜନଲ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି, ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ରବୀନ୍ଦ୍ର କୁମାର ସେଠିଙ୍କୁ ଯୁବ ଓ କ୍ରୀଡା ସେବା ବିଭାଗର ଓଏସଡି ଭାବେ ଅତିରିକ୍ତ ଦାଇତ୍ୱ ପ୍ରଦାନ କରାଯାଇଛି ।

Related posts

କ୍ରିକେଟ ଖେଳ ସମୟରେ ବାଇକ ଓ ସାଇକେଲ ଜବତ କଲା ପାଟଣା ପୋଲିସ

mahabharatanews

ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ କବିସୂର୍ଯ୍ୟନଗର ବିଧାୟିକା ଙ୍କ ଶୋକ

mahabharatanews

ଗଛକୁ ପିଟିଲା ବସ୍, ୭ ଗୁରୁତର

mahabharatanews

Leave a Comment