ଓଡିଶା

୧୧ କୋଟି ଟଙ୍କାର ଗଞ୍ଜେଇ ଫସଲ ନଷ୍ଟ

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲାରେ ପୁଣି ଚଢାଉ କରି ଗଞ୍ଜେଇ ଫସଲ ନଷ୍ଟ କରାଯାଇଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଥାଟିପାଲି ମୌଜା ଗାଁ ନିକଟସ୍ଥ ଜଙ୍ଗଲ, ଗୋଚର ଓ ପତିତ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଦିଆଯାଇଛି । ପ୍ରାୟ ୧୦୭ ଏକର ଜମିରେ ଲାଗିଥିବା ୨ ଲକ୍ଷ ୧୫ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶକ୍ରମେ ମନମୁଣ୍ଡା ପୋଲିସ, ଅବକାରୀ, ରାଜସ୍ୱ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ମିଳିତ ଭାବେ ଏହି ଚଢାଉ କରି ଗଞ୍ଜେଇ ଫସଲ ନଷ୍ଟ କରିଥିଲେ ।

Related posts

ବାଜାବାଜଣା ପଟୁଆରରେ ଅବସରପ୍ରାପ୍ତ ଏସପିଙ୍କୁ ବିଦାୟ ଦେଲେ ପୋଲିସ୍ ଓ ଜନସାଧାରଣ

mahabharatanews

ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଜବାବ ମାଗିଲେ ହାଇକୋର୍ଟ

mahabharatanews

କରୋନାକୁ ପ୍ରତିହତ କଲେ ୯୫ ପୁଲିସ କରୋନା ଯୋଦ୍ଧା 

mahabharatanews