ଓଡିଶା

ରାଜଧାନୀରେ ଉଚ୍ଛେଦ ପ୍ରକିୟା ଆରମ୍ଭ

(ପ୍ରିୟଦର୍ଶନୀ ସ୍ୱାଇଁ/ମହାଭାରତ) ଭୁବନେଶ୍ୱର: ଭୁବନେଶ୍ୱରକୁ ଏକାମ୍ର କ୍ଷେତ୍ରର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଈନି । ବୁଧବାର ଭୋର୍‌ରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ନେତୃତ୍ବରେ ଏକ ଅଧିକାରୀ ଟିମ୍ ଲିଙ୍ଗରାଜ ମନ୍ଦିର ଏବଂ ଏହା ନିକଟସ୍ଥ ବିଭିନ୍ନ ମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିବା ପରେ ବିଏମ୍‌ସିକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଲୋକଙ୍କ ଜବରଦଖଲ ଉଚ୍ଛେଦ କରିବେ । ଏହା ନିକଟରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଅନନ୍ତ ବାସୁଦେବଙ୍କ ନୂଆ ରୋଷ ଘର ଭଙ୍ଗା ହେବ। ଆଜି ବିଏମ୍‌ସି ଅତିରିକ୍ତି କମିସନର ଏନେଇ ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେପଟେ ଅତିରିକ୍ତ କମିସନର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଏକାମ୍ର କ୍ଷେତ୍ର ନେଇ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Related posts

ଶେଷ ପର୍ଯ୍ୟାୟରେ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା 

mahabharatanews

ଓମିକ୍ରନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ଅପେକ୍ଷାରେ ରଥ ସହ ସାରଥୀ

mahabharatanews