ଓଡିଶା

ନିଜ ଜୀବନକୁ ବାଜି ଲଗାଇ ଦେବଦୂତ ସାଜିଲେ ଯବାନ

(ମହାଭାରତ/ମାଲକାନଗିରି): ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଛନ୍ତି ଯବାନ । ନିଜ ଜୀବନକୁ ବାଜି ଲଗାଇ ଜଣେ ଅ ।ଦିବାସୀ ମହିଳା ରୋଗୀଙ୍କୁ ଭାରରେ ବୋହି ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ଅ ।ଇଟିବିପିର ବୀର ଯବାନ । ଯବାନମାନେ କେବଳ ଗୋଟିଏ କି ଦୁଇ କିଲୋମିଟର ନୁହେଁ ଦୀର୍ଘ ୧୨ କିଲୋମିଟର ଜଙ୍ଗଲିଆ ରାସ୍ତାରେ ଭାରରେ ରୋଗୀଙ୍କୁ ବୋହି ଦେଖାଇଛନ୍ତି ମାନବିକତା ଓ ବୀରତ୍ୱ । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ।

ନକ୍ସଲପନ୍ଥୀଙ୍କ ସହିଦ ସପ୍ତାହ ଜାରି ରହିଥିବା ବେଳେ ଶନିବାର ସକାଳେ ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ଗାଁରେ ଥିବା ଆଇଟିବିପି କ୍ୟାମ୍ପର ଯବାନମାନେ କୁମ୍ବିଂ ଅପରେସନ ପାଇଁ ଟହକାଦଣ୍ଡ ଜଙ୍ଗଲକୁ ଯାଉଥିବା ବେଳେ ଜଣେ ଅ ।ଦିବାସୀ ମହିଳାଙ୍କ ଚିକ୍ରାର ଶୁଣିବାକୁ ପାଇଥିଲେ । କାଳ ବିଳମ୍ବ ନ କରି ଯବାନମାନେ ସମ୍ପୃକ୍ତ ସ୍ଥାନକୁ ଯାଇ ମହିଳାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ । ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ଜରୁରୀ ଥିବା ଦେଖି ଯବାନମାନେ କୁମ୍ବିଂ ଅପରେସନ ବନ୍ଦ କରି ତୁରନ୍ତ ଅ ।ରମ୍ଭ କରିଥିଲେ ଅ ।ଦିବାସୀ ମହିଳାଙ୍କ ଜୀବନ ବଞ୍ଚାଅ ଅପରେସନ । ଘଞ୍ଚଞ୍ଚ ଜଙ୍ଗଲ ସାଙ୍ଗକୁ ପାଦେ ପାଦେ ମାଓବାଦୀଙ୍କ ଲଗାଯାଇଥିବା ଲ୍ୟାଣ୍ଡ ମାଇନର ଭୟକୁ ଖାତିର ନକରି ଯବାନମାନେ ମହିଳାଙ୍କୁ ବାଉଁଶରେ ଷ୍ଟ୍ରେଚର ତିଅ ।ରି କରି ଭାରରେ ବୋହି ବୋହି ଅ ।ଇଟିବିପି କ୍ୟାମ୍ପକୁ ଅ ।ଣିଥିଲେ । ସେଠାରେ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । ପରେ ରାମ କୃଷ୍ଣ ମିଶନର ସହାୟତରେ ଏକ ଅ ।ମ୍ବୁଲାନ୍ସ ଯୋଗେ ନାରାୟଣପୁର ସଦର ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ମହିଳାଙ୍କୁ ପଠାଯାଇଥିଲା ।
ସୂଚନାଯୋଗ୍ୟ, ୪ ଦିନ ପୂର୍ବରୁ ନାରାୟଣପୁର ଜିଲ୍ଲାରେ ଥିବା ଅ ।ଇ.ଟି.ବି.ପି କ୍ୟାମ୍ପରେ ଯବାନମାନେ ନିଜ ନିଜ ଭିତରେ ଗୁଳି ·ଳନା କରିବାରୁ ୬ ଜଣ ଯବାନଙ୍କ ଜୀବନ ·ଲି ଯାଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତର ଅବସ୍ଥାରେ ରାୟପୁରଠାରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ଏହି ଅଭାବନୀୟ ଘଟଣା ସାରା ଦେଶରେ ଅ ।ଲୋଡନ ସୃଷ୍ଟି କରିଥିଲା ।

Related posts

୪ ଦିନ ବିଳମ୍ବରେ ଆସିବ ମୌସୁମୀ

mahabharatanews

୧୫ ଲକ୍ଷ ଟଙ୍କାର ଧଳା ଜହର ଜବତ ! ଦୁଇ ଗିରଫ

mahabharatanews

କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews