ଅପରାଧଓଡିଶା

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ବ୍ଲକ ଅନ୍ତର୍ଗତ ବୁର୍ଜା ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚି ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକ, ପ୍ରଧାନ ଶିକ୍ଷକ ଓ ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ ଛାତ୍ରୀଙ୍କର ଡାକ୍ତରୀ ମାଇନା କରାଯାଇଛି । କୋରାପୁଟର ଏକ ସ୍ୱତନ୍ତ୍ର ଟିମ ଗତ ୪ ତାରିଖ ଦିନ ଆଶ୍ରମରେ ପହଞ୍ଚି ସମସ୍ତ ଦଶମ ଶ୍ରେଣୀ ଛାତ୍ରୀଙ୍କ ପରୀକ୍ଷା କରିବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଥିଲା । ତେବେ ପୀଡିତା କିପରି ୭ ମାସର ଗର୍ଭବତୀ ହେଲେ ଏବଂ ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ତାହା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

Related posts

ବିବାହିତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ

mahabharatanews

ସୋର ସବଜେଲରେ ଚାଲିଛି ଅମାନବୀୟ କାଣ୍ଡ

mahabharatanews

ନେତାଜୀ ଟର୍ମିନାଲ ନିର୍ମାଣକୁ ହାଇକୋର୍ଟଙ୍କ ଝଟକା

mahabharatanews