ଓଡିଶା

ବିଧାୟକଙ୍କୁ ତାଲା ପକାଇ ଜାଳି ଦେଲେ ଗାଡି

(ମହାଭାରତ, ଅନୁଗୁଳ): ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କ୍ୟାମ୍ପ ଅଫିସରେ କିଛି ଦୁର୍ବୃତ୍ତ ଗାଡି ଜାଳି ଦେଇଛନ୍ତି । ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା ତାଙ୍କ କ୍ୟାମ୍ପ ଅଫିସରେ ପହଞ୍ଚି ଗାଡି ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ବିଧାୟକଙ୍କର ଗୋଟିଏ ଫର୍ଚ୍ୟୁୂନର ଗାଡି ମଧ୍ୟ ପୋଡି ହୋଇ ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବିକ୍ରମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ବିଧାୟକ ବ୍ରଜକିଶୋର ପ୍ରଧାନ ନିଜ ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା କ୍ୟାମ୍ପ ଘରେ ଶୋଇଥିଲେ । ପ୍ରାୟ ୨ଟା ବେଳେ କିଛି ଦୁର୍ବୃତ୍ତ ବିଧାୟକଙ୍କ ଘର ବାହାରେ ତାଲା ପକାଇ ଦେଇଥିଲେ । ସେହି ସମୟରେ ହିଁ କିଛି ଦୁର୍ବୃତ୍ତ ତାଙ୍କ ଗ୍ୟାରେଜରେ ରଖାଯାଇଥିବା ଫର୍ଚ୍ୟୁନର ଗାଡିରେ ନିଆଁ ଲଗାଇ ଦେଇଥିଲେ । ବିଧାୟକଙ୍କ କର୍ମୀ ଏହି ଖବର ପାଇବା ପରେ ଘର ତାଲା ଖୋଲି ବିଧାୟକଙ୍କୁ ବାହାର କରିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ନଭେମ୍ବର ମାସରେ ବିଧାୟକଙ୍କ ପୈ÷ତୃକ ବାସଭବନରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ ।

Related posts

ରାଜ୍ୟରେ ପୁଣି ୧୧ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ଆଜି ଶ୍ରୀଜିଉଙ୍କ ବନକ ଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

mahabharatanews

କୋଣାର୍କ ସୂତାକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି

mahabharatanews