ଅପରାଧ

ଅଶ୍ଲୀଳ ଭିଡିଓ ଭାଇରାଲ ଧମକ ଦେଇ ଯୁବକ ଗିରଫ

(ମହାଭାରତ, ଭଦ୍ରକ): ଭଦ୍ରକର ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଯ୍ୁବକ ଜଣକ ୪ ବର୍ଷ ଧରି ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ଚଳିତମାସ ୫ ତାରିଖରେ କୋର୍ଟରେ ବିବାହ କରିବାକୁ କହି ଯୁବତୀଙ୍କୁ ସାଙ୍ଗରେ ଆଣିଥିଲା । କିନ୍ତୁ ବିବାହ ନ କରି ଉକ୍ତ ଯୁବତୀଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡି ଚାଲିଯାଇଥିଲା । ପରେ ବିବାହ କରିବାକୁ ୧୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଦେଲେ ବିବାହ କରିବ ବୋଲି କହିଥିଲା । ଏକଥା କାହାକୁ କହିଲେ ଶାରିରୀକ ସମ୍ପର୍କ ବେଳର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଉକ୍ତ ଯୁବକ ଧମକ ଦେଇଥିଲା । ଏନେଇ ଯୁବତୀ ଜଣକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବ୍ଲାକମେଲିଂ କରୁଥିବା ଯୁବକଙ୍କୁ ଗିରଫ କରିଛି ।

Related posts

ସ୍ତ୍ରୀ କରୁଥିଲା ରାସଲିଳା ! ପହଞ୍ଚିଗଲା ସ୍ୱାମୀ ତାପରେ …..

mahabharatanews

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଭିଜିଲାନ୍ସ ହାତରେ ଢେଙ୍କାନାଲସ୍ଥିତ ହିନ୍ଦୋଳ ଏନଏସିର କନିଷ୍ଠ ଯନ୍ତ୍ରୀ

mahabharatanews