ଓଡିଶା

ମାଓ ବିସ୍ପୋରଣର ଶିକାର ହେଲେ ଯବାନ

(ମହାଭାରତ/ରାଞ୍ଚି): ଋାଞ୍ଚି ନିକଟରେ ରବିବାର ଦୁଇ ଜଣ ଯବାନ ଆଇଡି ବିସ୍ପୋରଣର ଶିକାର ହୋଇଛନ୍ତି । ମାଓବାଦୀମାନେ ରାଞ୍ଚି ଠାରୁ ଅଳ୍ପ ଦୂରରେ ଏହି ବିସ୍ଫୋରଣ କରିଛନ୍ତି । ସୂଚନା ଅନୁଯାୟୀ, ଶନିବାର ଝାଡଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସାରି ତା’ ପରଦିନ ସକାଳେ ଯବାନମାନେ ଫେରୁଥଲା ବେଳେ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି । ଫଳରେ ଦୁଇ ସିଆରପିଏଫ ଯବାନ ଏଥିରେ ଆହତ ହୋଇଛନ୍ତି । ସେମାନଙ୍କୁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିଦିନ ଖୁଟି ଜିଲ୍ଲାର ଅର୍କିରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ ଷଡଯନ୍ତ୍ର କରୁଥିବା ଜଣାଯାଇଛି ।

Related posts

ଟ୍ରଲରକୁ ପିଟିଲା କାର, ଚାରି ଗୁରୁତର

mahabharatanews

୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଦୁଇଟି ଜନହିତକାରୀ ପ୍ରକଳ୍ପର ଲୋକାର୍ପଣ  ଶିଳାନ୍ୟାସ

mahabharatanews

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ

mahabharatanews