(ମହାଭାରତ/ନୂଆଦିଲ୍ଲୀ): ଉନ୍ନାଓ ଦୁଷ୍କର୍ମ ପୀଡିତାର ମୃତ୍ୟୁ ପରେ ସାରା ଦେଶରେ ରାଜନୀତି ସରଗରମ ହୋଇଛି । ବିରୋଧୀ ଉତ୍ତର ପ୍ରଦେଶ ସରକାରକୁ ଘେରୁଥିବା ବେଳେ ବିଜେପିର ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି, ଭ୍ରଷ୍ଟ ରାଜନେତାଙ୍କ ସଂରକ୍ଷଣ କାରଣରୁ ଦୁଷ୍କର୍ମ ପରି ଘଟଣା ବଢୁଛି ।
ରବିବାର ସ୍ୱାମୀ ଟୁଇଟ କରି କହିଛନ୍ତି, ପ୍ରଥମ ନଜରରେ ହିଁ ଦୋଷୀ ନେତାଙ୍କ ବିରୋଧରେ ପଦକ୍ଷେପ ନିଆଯିବା ଉଚିତ । ସେ ଆହୁରି କହିଛନ୍ତି, ଭ୍ରଷ୍ଟ ରାଜନେତ।।ଙ୍କ ସହିଷ୍ଣୁତା ପାଇଁ ଦୁଷ୍କର୍ମ ଘଟଣାର ବୃଦ୍ଧି ଘଟୁଛି । ଯେଉଁ ରାଜନେତାଙ୍କ ବିରୋଧରେ ଥିବା ବଳାକ୍ରାର, ହତ୍ୟା ପରି ମାମଲାର ପ୍ରାଥମିକ ତଦନ୍ତରେ ସତ୍ୟତା ମିଳୁଛି, ସେମାନଙ୍କଠାରୁ ଦଳଗୁଡିକୁ ସମ୍ପର୍କ ଛିନ୍ନ କରିନେବା ଆବଶ୍ୟକ ।
ଉଲ୍ଲେଖ ଯୋଗ୍ୟ, ନିକଟରେ ଦେଶରେ ଅନେକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସଛି । ତେଲେଙ୍ଗାନାରେ ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା କରାଯାଇଛି । ସେହିପରି ଉତ୍ତର ପ୍ରଦେଶର ଉନା୍ନଓରେ ଦୁଷ୍କର୍ମ ପୀଡିତାଙ୍କୁ ଜୀବନ୍ତ ଜାଳି ଦିଆଇଛି । ଏହି ସବୁ ଘଟଣାରୁ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳୁଛି । ସାରା ଦେଶରେ ପ୍ରଦର୍ଶନ, ବିକ୍ଷୋଭ କରାଯାଉଛି । ଦୁଷ୍କର୍ମକୁ ନେଇ କଡା ଆଇନ ପ୍ରଣୟନ କରିବାକୁ ଦାବି ହେଉଛି ।