ଅପରାଧଓଡିଶା

ଡିଇଓଙ୍କ କ୍ୱାର୍ଟରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କ୍ୱାର୍ଟରରେ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିନାହିଁ । ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକ ଚିକାମ୍ବା ପ୍ରାଥମିକ ସ୍କୁଲର ଏହି ଶିକ୍ଷକ ଡିଇଓଙ୍କ କାର୍ଯ୍ୟାଳୟରେ ଡେପୁଟେସନରେ ନିୟୋଜିତ ହୋଇଥିଲେ । ସବୁଦିନ ପରି ଡିଇଓଙ୍କ କାର୍ଯ୍ୟାଳୟକୁ ଆସି ସେ କାମ କରିଥିଲେ । ତେବେ ଡିଇଓଙ୍କୁ ଅଫିସ କାର୍ଯ୍ୟରେ ବୈ÷ପାରୀଗୁଡା ଯିବାକୁ ପଡିଥିଲା । ସେ ନିଜ କ୍ୱାର୍ଟର ଚାବି ଉକ୍ତ ଶିକ୍ଷକଙ୍କୁ ଦେଇଥିଲେ । ତା ପରଦିନ ସମୟ ହୋଇଥିଲେ ମଧ୍ୟ ଶିକ୍ଷକ ଅଫିସ ଆସି ନଥିଲେ । ତେଣୁ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ । ପରେ ଡିଇଓଙ୍କ କ୍ୱାର୍ଟରରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

କଟକ ବଡ଼ ମେଡିକାଲରେ ସିକ୍ୟୁରୀଟି ଗାର୍ଡ ଚଳାଇଛନ୍ତି ତାଲିବାନ ଶାସନ: କାର୍ୟ୍ୟାନୁଷ୍ଠାନ ଦାବି

mahabharatanews

ଘରୋଇ ଶିକ୍ଷାନୁଷ୍ଠାନ ସିଲ କଲା ବିଏମସି

mahabharatanews

ସୋନପୁର ମହାବିଦ୍ୟାଳୟର ୫୪ ତମ ବାର୍ଷିକୋତ୍ସବ -୨୦୨୦ ଉଦଘାଟିତ

mahabharatanews