ଅପରାଧ

ଜଳେଶ୍ୱର: ୬୮ ଗ୍ରାମର ବ୍ରାଉନ ସୁଗାର ଜବତ

 

ଜଳେଶ୍ୱର: ଜଳେଶ୍ୱର ଅବକାରୀ ବିଭାଗ ଓ ପୋଲିସକୁ ବଡ଼ ସଫଳତା । ପୁଲିସ ଓ ଅବକ।।ରୀ ବିଭାଗର ମିଳିତ ଚଢାଉରେ ୬୮ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ଜଣକୁ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆଶା କରାଯାଉଛି ।

ସୂଚନା ଅନୁଯାୟୀ, ଜଳେଶ୍ୱର ଅବକାରୀ ବିଭାଗ ଓ ପୁଲିସର ଏକ ଦଳ ମିଳିତ ଭାବେ ଆଜି ରାଜପୁର ମୁସଲମାନ ବସ୍ତିରେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ଉକ୍ତ ବସ୍ତିରେ ଥିବା ଜଣେ ବ୍ୟବସାୟୀ ଆବାସ ଖାନ ନିକଟରୁ ୬୮ ଗ୍ରାମର ବ୍ରାଉନ ସୁଗାର ମିଳିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ତେବେ ଏପରି ନିଶା କାରବାର ଜଳେଶ୍ୱର ଅଞ୍ଚଳରେ କିଛି ନୂଆ ଘଟଣା ନୁହେଁ । ନିଶା କାରବାରରେ ଜଳେଶ୍ୱର ନିଶା କାରବାରୀଙ୍କ ଭୂସ୍ୱର୍ଗ ପାଲଟିଛି । ଏହିପରି ନିୟମିତ ବ୍ୟବଧାନରେ ଚଢାଉ କରିବାକୁ ସାଧାରଣରେ ଦାବି ହେଉଛି ।

 

Related posts

ସଢ଼ୁ ମାରିଲା ସଢ଼ୁକୁ

mahabharatanews

୫ ହଜାର ଟଙ୍କା ନେଇ ଭିଜିଲାନ୍ସ କାବୁରେ ମୁରିବାହାଲ ବ୍ଲକ ଏବିଇଓ

mahabharatanews

ଜଗତପୁର ରୁ ୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

mahabharatanews