ଓଡିଶା

ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଯୁଗ୍ମ ପ୍ରଶାସନିକ ଜନଶୁଣାଣି

(ମହାଭାରତ/ରାଇରଙ୍ଗପୁର): ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସଦର ମହକୁମାରେ ଥିବା ରାଇରଙ୍ଗପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ପ୍ରଶାସନିକ ଜନଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ସ୍ମିତ ପ୍ରସାର ପୁରୁଷୋତ୍ତମ ଦାସ, ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ସମନ୍ୱିତ ଆଦିବାସୀ ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂ ଲାଗୁରୀ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣୀ କରିଥିଲେ । ସମୁଦାୟ ୮୦ ଜଣ ଲିଖିତ ଅଭିଯୋଗ କରିଥିଲେ ସେଥିମଧ୍ୟରୁ ୬୨ଜଣ ଏବଂ ୧୮ ଟି ଗୋଷ୍ଠୀ ଗତ ସମସ୍ୟା ଥିଲା । ଜିଲ୍ଲାପାଳ ମହୋଦୟ ୨ ଟି ଅଭିଯୋଗ ତତକ୍ଷଣାତ୍ ଫଇସଲା କରିଥିଲେ । ଅନ୍ୟ ସମସ୍ୟା ଗୁଡ଼ିକ ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ଉପଖଣ୍ଡର ସମସ୍ତ ବିଭାଗୀୟ ମୁଖ୍ୟ ଏହି ଶିବିରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ ନରେଶ ବିନ୍ଧାଣି ସହଯୋଗ କରିଥିଲେ ।

Related posts

ଗୋଟିଏ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଗହଳି

mahabharatanews

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

mahabharatanews

ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି

mahabharatanews