ଓଡିଶା

ଅସନ୍ତୋଷ ପରେ ବନ୍ଦ ହେଲା ଉଚ୍ଛେଦ

(ମହାଭାରତ/ଭୁବନେଶ୍ୱର): ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ନେଇ ଆଜି ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିଥିଲା । ମନ୍ଦିରର ପ୍ରଶାସକଙ୍କ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁôବପୂର୍ଣ୍ଣ ବୈଠକ କରାଯିବ । ଏଥିରେ ଦୋକାନ ହରାଇଥିବା ବ୍ୟବସାୟୀମାନେ ନିଜର ମତ ରଖିପାରିବେ ଏବଂ ସେଥିରେ ଥଇଥାନ ନେଇ ନିଷ୍ପତ୍ତି କରାଯିବ ।
ସୂଚନାଯୋଗ୍ୟ, ଆଗେ ଥଇଥାନ ପରେ ଉଚ୍ଛେଦ ଦାବି କରି ଉଚ୍ଛେଦ ବନ୍ଦ ରଖିବାକୁ ଦୋକାନ ହରାଇଥିବା ବ୍ୟବସାୟୀମାନେ ଦାବି କରିଛନ୍ତି । ଏଥିପାଇଁ ପ୍ରଶାସନ ଆଲୋଚନା କରୁ ବୋଲି ଦାବି ବି ହୋଇଛି । ଅ ।ଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଆଜି ବି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।
ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି । ଏହାକୁ କେତେକ ରାଜନେତା ସମର୍ଥନ କରିଛନ୍ତି ।

Related posts

ଡିପିଏଫ ଜଙ୍ଗଲରେ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ, ୭ ଶିକାରୀ ଗିରଫ

mahabharatanews

କେନ୍ଦ୍ରର ଗ୍ରୀନ ସିଗନାଲ ପରେ ବି, ରାଜ୍ୟ ସରକାରଙ୍କ ମର୍ଜିରେ ହେବ ମଦ ବିକ୍ରି: ସୁପ୍ରିମକୋର୍ଟ

mahabharatanews

ଖଡ଼ିଆଳ ପୋଲିସ ଦ୍ୱାରା ୧୦ ଟି ଚୋରି ମୋବାଇଲ ଉଦ୍ଧାର

mahabharatanews