ଓଡିଶା

ପକ୍କା ଘର କେଳେଙ୍କାରୀ,ହାତେଇଛନ୍ତି ସରକାରୀ ଯୋଜନା

(ଗୋପ/ମହାଭାରତ): ସରକାର ଗରିବଙ୍କ ସୁବିଧା ପାଇଁଁଁ ନାନା ଉନ୍ନୟନମୂଳ(କ ଯୋଜନା କରିିଥିବା ବେଳେ କିନ୍ତୁ ଏହାର ସୁଫଳ ପ୍ରକୃତ ହିତାଧିକାରୀ ପାଇବାରୁ ବଞ୍ôଚତ ରହିଛନ୍ତି । ଏକାଧିକ ଅଯୋଗ୍ୟ ହିତାଧିକାରୀ ଗୋଟିଏ ଲେଖା ଯୋଜନାରୁ ଏକାଧିକ ଥର ଫାଇଦା ଉଠାଇଛନ୍ତି । ସରକାରଙ୍କ ପକ୍କା ଗୃହ ଯୋଜନାରେ ଏପରି ଚଞ୍ଚକତା ହୋଇଥିବାର ଖୁଲାସା ହୋଇଛି ସୂଚନା ଅଧିକାର ମାଧ୍ୟମରେ ।

ନିମାପଡା ରଟିଲୋ ପଞ୍ଚାୟତରେ ୮୬ ଜଣ ବ୍ୟକ୍ତି ଏକାଧିକ ଥର ଘର ହାତେଇଥିବା ବେଳେ ଶହେରୁ ଉଦ୍ଧ୍ୱର୍ ଲୋକ ଏବେ ମଧ୍ୟ ସରକାରଙ୍କର ଏହି ସୁବିଧାରୁ ବଂଚିତ ଅଛନ୍ତି । ଏକାଧିକ ଥର ଘର ହାତେଇଥିବାଙ୍କ ମଧ୍ୟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ସହିତ ନିମାପଡା ବ୍ଲକ ଅଧ୍ୟକ୍ଷାଙ୍କ ସଂପର୍କୀୟଙ୍କ ନାମ ଥିବାର ତଥ୍ୟ ସାମ୍ନାକୁ ଆସିଛି । ସେପଟେ ଅଯୋଗ୍ୟଙ୍କୁ ଚିହ୍ନଟ କରି ସେମାନଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ବେଳେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ୍ ବସିଛି ବୋଲି ଅଭିଯୋଗ ହେଉଛି । ଏଥିନେଇ ଜନସାଧାରଣ ପ୍ରଧାନମଂତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନେବାକୁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କୁ ଅନୁରୋଧ କରିଛନ୍ତି ।
୮୬ ଜଣ ବ୍ୟକ୍ତି ଏକାଧିକ ଥର ସରକାରଙ୍କ ପକ୍କା ଘର ହାତେଇବାରେ ସକ୍ଷମ ହୋଇଥିବା ବେଳେ ୧୯୯୯ ମହାବାତ୍ୟା ଠାରୁ ଅ ।ଜି ପର୍ଯ୍ୟନ୍ତ ଘର ଖଣ୍ଡିକ ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ ଜାରି ରଖିଛନ୍ତି ସୋମନାଥ ନାୟକ । ମିଳିଥିବା ସୂଚନା ଅଧିକାର ତଥ୍ୟ ଅନୁସାରେ ବ୍ଲକ ଅଧକ୍ଷାଙ୍କ ସଂପର୍କୀୟମାନେ ୨୦୦୨/୨୦୦୩ ଆର୍ଥିକ ବର୍ଷରେ ୩ ଗୋଟି ପକ୍କା ଗୃହ ହାତେଇ ଥିବା ବେଳେ ଏହି ତାଲିକାରେ ଥିବାବାଲା ଓ ପ୍ରଭାବଶାଳୀଙ୍କ ନାମ ରହିଛି । କିନ୍ତୁ ପାୟତରେ ଥିବା ସୋମନାଥ ନାୟକ ବର୍ଷ ବର୍ଷ ଧରି ଝାଟି ମାଟି ·ଳଛପର ଘରେ ବସବାସ କରିବାକୁ ବାଧ୍ୟ ହେଉଛନ୍ତି । ସୋମନାଥ ଟିଉସନ କରି ନିଜର ପରିବାର ଭରଣପୋଷଣ କରନ୍ତି । ୧୯୯୯ ମହାବାତ୍ୟାରେ ସୋମନାଥଙ୍କ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଘରଟିଏ ପାଇଁ ସେ ଦୈାଡି ଦୈାଡି ନିରାଶ ହୋଇଛନ୍ତି । ଘରଟିଏ ପାଇଁ ସବୁଠାରୁ ନିରାଶ ହେବା ପରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ପକ୍ଷ କରି ହାଇକୋର୍ଟରେ ମାମଲା ରୁଜୁ କରି ଘର ପାଇଁ ଅ ।ପତ୍ତି କରିଥିଲେ ସୋମନାଥ । ମାନ୍ୟବର ନ୍ୟାୟାଳୟ ଏହାକୁ ଗୁରୁôତ୍ୱର ସହିତ ବି·ରକୁ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହିତ ନେଇଥିବା ଅର୍ଥକୁ ପରିଶୋଧ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ଫାଇଲ ତଳେ ·ପି ରହିଯାଇଛି ।

ସେପଟେ ନିମାପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପକ୍କା ଘରରେ ଅନିୟମିତତା ହୋଇଥିବାକୁ ନେଇ ତଥ୍ୟ ଭିତ୍ତିକ ଅଭିଯୋଗ ଜିଲ୍ଲା ପ୍ରଶାସନଙ୍କ ନିକଟରେ କରାଯାଇଛି । ଏପରିକି ଜିଲ୍ଲା ପ୍ରଶାସନକୁ ଅଯୋଗ୍ୟଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ରାଜନୈତିକ ·ପରେ ଏହା ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରୁନାହିଁ ବୋଲି ବିଜେପି ନେତ୍ରୀ ପ୍ରଭାତୀ ପରିଡା ଅଭିଯୋଗ କରିଛନ୍ତି । ନିମାପଡା ବ୍ଲକରେ ହୋଇଥିବା ପକ୍କା ଗୃହ କେଳେଙ୍କାରୀର ତଦନ୍ତ ନିମନ୍ତେ ଭାରତର ପ୍ରଧାନମଂତ୍ରୀଙ୍କ ଦୁଷ୍ଟି ଆକର୍ଷଣ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି ରଖିବେ ବୋଲି କହିଛନ୍ତି ପ୍ରଭାତୀ ।

Related posts

ଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଆଉ ଆଇଆଇସି ବିଜେଡ଼ିକୁ ଜିତେଇବାକୁ ଳାଗି ପଡ଼ିଛନ୍ତି:କଂଗ୍ରେସ

mahabharatanews

ମାଛ ବିକାଳି ଉପରକୁ ଚଢିଗଲା କଣ୍ଟେନର୍

mahabharatanews

ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଜାମଦା ବ୍ଲକସ୍ତରୀୟ ନୂତନ ସଂଘ ଗଠନ

mahabharatanews