ଅପରାଧ

ବିମାନ ସିଟରୁ ମିଳିଲା ୧୪ କିଲୋ ସୁନା

(ଆଦର୍ଶ ରାଉତ /ମହାଭାରତ)ଭୁବନେଶ୍ୱର: ହାଇଦ୍ରାବାଦ ବିମାନ ବନ୍ଦରରେ ଜବତ ହୋଇଛି ସୁନା । ଦୁବାଇରୁ ଭାରତ ଆସିଥିବା ଏୟାର ଇଣ୍ଡିଆର ଏ.ଆଇ ୯୯୨ ବିମାନର ସିଟ ନମ୍ବର ୩୧ଏ ଏବଂ ୩୨ଏ ର ପଛ ପାଶ୍ୱର୍ରୁ ଜବତ ହୋଇଛି ୧୪ କିଲୋ ସୁନା । ଗୁଇନ୍ଦା ସୁତ୍ରରୁ ଖବର ପାଇ ହାଇଦ୍ରାବାଦ ସ୍ଥିତ ଥିବା ଡ଼ି.ଆର.ଆଇ ତରଫରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏହି ଦୁଇଟି ସିଟର ପଛ ପାଶ୍ୱର୍ରେ ଥିବା କଣାରୁ ତାରରେ ବନ୍ଧା ହୋଇ ହାର ଆକୃତିରେ ସୁନା ମିଳିଥିଲା । ଏହି ଘଟଣାରେ ୨ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି । ଜଣେ ସାଉଥ କୋରିଆ ହୋଇଥିବା ବେଳେ ଆଉ ଜଣେ ଚାଇନାର ବୋଲି ଜଣାପଡ଼ିଛି । ଜବତ ହୋଇଥିବା ସୁନାର ଆନୁମାନିକ ମୁଲ୍ୟ ୫.୪୬.୦୦୦୦୦ ହେବ । ତଦନ୍ତ ସମୟରେ ଉଭୟ ଯାତ୍ରୀ ବେଆଇନ ଭାବେ ସୁନା ନେଇଥିବା ମାନିଛନ୍ତି ।

Related posts

କରୋନା ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରି ବନ୍ଧା ହେଲେ ଯୁବକ

mahabharatanews

ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଶିଶୁ ସୁରକ୍ଷା ବିଭାଗ ତଦନ୍ତ ପ୍ରକିୟା ଆରମ୍ଭ

mahabharatanews

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୨ ଗିରଫ

mahabharatanews