ଓଡିଶା

ବାଇକ୍ କୁ ଧକ୍କା ଦେଲା ଟ୍ରକ, ୧ ମୃତ

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ବ୍ରିଜ୍ ଛକ ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଟୁଟୁସିଙ୍ଗା ଗାଁର ବାସିନ୍ଦା ବୋଲି ଜଣାପଡିଛି । ଆହତ ଯୁବକ ଜଣକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଶନିବାର ସକାଳେ ଯୁବକ ଦ୍ୱୟ ବୌଦ୍ଧ ଅଭିମୁଖେ ଫେରୁଥିବା ବେଳେ ଏକ ଟ୍ରକ ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଚଲାଉଥିବା ଯୁବକଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥକୁ ପ୍ରାୟ ୩ ଘଣ୍ଟା ଧରି ଅବରୋଧ କରିଥିଲେ । ଫଳରେ ଗାଡି ଚଳାଚଳ ବନ୍ଦ ରହିଥିଲା । ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ ଯୋଜନାରେ ମୃତକଙ୍କ ପରିବାରକୁ ୪୨ ହଜାର ଟଙ୍କା ସହାୟତା ଦେବା ପରେ ରାସ୍ତାରୋକ ହଟିଥିଲା ।

Related posts

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ରାସ୍ତାରୋକ

mahabharatanews

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

mahabharatanews

ସାମାଜିକ ଦୂରତା ନ ରଖିବା, ଛେପ ପକାଇବା ପାଇଁ ଜରିମାନା ଆଦାୟ

mahabharatanews