ଓଡିଶା

ଦନ୍ତା ନେଲା ଆଉ ଏକ ଜୀବନ

(ମହାଭାରତ / ପ୍ରିୟଦର୍ଶନୀ ସ୍ୱାଈଁ): ହାତୀ ଆକ୍ରମଣରେ ଜଣେ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଅନ୍ତର୍ଗତ ବନ୍ଧବାହାଲ ପଞ୍ଚାୟତ ଠୁଟିପିପଲ ଗାଁରେ । ମୃତକ ଜଣକ ହେଲେ ପରୀକ୍ଷୀତ ଗହିର(୪୬) ।
ସୁଚନାନୁଶାରେ,ପରୀକ୍ଷିତଙ୍କ ସହ ପରିବାର ଲୋକେ ଖାଇ ଶୋଇଥିଲେ । ହାତୀର ଶଦ୍ଦ ଶୁଣି ଉଠିଯାଇଥିଲେ ସମସ୍ତେ । ହାତୀ ଭୟରେ ପରୀକ୍ଷିତ ଘରୁ ବାହାରି ଦୌଡ଼ି ପଳାଇଥିଲେ । ରାତି ହେତୁ ଏକ ଦନ୍ତା ସାମ୍ନାରେ ପଡ଼ିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟାଣିନେଇ ତଳେ କଚାଡ଼ିବା ସହ ପାଦରେ ମୁଣ୍ଡକୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣ ଚାଲି ଯାଇଥିଲା। ତେବେ ଘରକୋଣରେ ପରିବାରର ଅନ୍ୟ ୫ ପ୍ରାଣୀ ଲୁଚି ଯାଇଥିବାରୁ ରକ୍ଷା ପାଇ ଯାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଘର ଆଖପାଖରେ ଭଙ୍ଗାଭଙ୍ଗି କରି ହାତୀପଲ ଚାଲି ଯାଇଥିଲେ।

Related posts

ଆଜି ନିର୍ବାଚନୀ ପ୍ରଚାର କରିବେ ମୋଦି 

mahabharatanews

ଟନେଲ୍‌ କାମ ବେଳେ ଧସିଲା ମାଟି ଅତଡା, ଦୁଇ ଶ୍ରମିକଙ୍କ ମୃତ୍ୟୁ

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews