ଓଡିଶା

ଦନ୍ତା ନେଲା ଆଉ ଏକ ଜୀବନ

(ମହାଭାରତ / ପ୍ରିୟଦର୍ଶନୀ ସ୍ୱାଈଁ): ହାତୀ ଆକ୍ରମଣରେ ଜଣେ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଅନ୍ତର୍ଗତ ବନ୍ଧବାହାଲ ପଞ୍ଚାୟତ ଠୁଟିପିପଲ ଗାଁରେ । ମୃତକ ଜଣକ ହେଲେ ପରୀକ୍ଷୀତ ଗହିର(୪୬) ।
ସୁଚନାନୁଶାରେ,ପରୀକ୍ଷିତଙ୍କ ସହ ପରିବାର ଲୋକେ ଖାଇ ଶୋଇଥିଲେ । ହାତୀର ଶଦ୍ଦ ଶୁଣି ଉଠିଯାଇଥିଲେ ସମସ୍ତେ । ହାତୀ ଭୟରେ ପରୀକ୍ଷିତ ଘରୁ ବାହାରି ଦୌଡ଼ି ପଳାଇଥିଲେ । ରାତି ହେତୁ ଏକ ଦନ୍ତା ସାମ୍ନାରେ ପଡ଼ିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟାଣିନେଇ ତଳେ କଚାଡ଼ିବା ସହ ପାଦରେ ମୁଣ୍ଡକୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣ ଚାଲି ଯାଇଥିଲା। ତେବେ ଘରକୋଣରେ ପରିବାରର ଅନ୍ୟ ୫ ପ୍ରାଣୀ ଲୁଚି ଯାଇଥିବାରୁ ରକ୍ଷା ପାଇ ଯାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଘର ଆଖପାଖରେ ଭଙ୍ଗାଭଙ୍ଗି କରି ହାତୀପଲ ଚାଲି ଯାଇଥିଲେ।

Related posts

ଟ୍ରାନ୍ସଫର୍ମର ପୋଡିଯିବାରୁ ୨୦ ପରିବାର ଅନ୍ଧାରରେ

mahabharatanews

୪ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିରରେ ଆର୍ଥିକ ଅନୁଦାନ ରାଶିକୁ ବୃଦ୍ଧି କଲେ ରାଜ୍ୟ ସରକାର

mahabharatanews

୨୩ ତାରିଖରେ ଟୀକା ନେଇଥିବା କ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

mahabharatanews