ଓଡିଶା

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

(ମହାଭାରତ, କାମାକ୍ଷାନଗର): କାମାକ୍ଷାନଗରର ଡମୋଳ ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ସେହି ଗାଁର ବୁଧେଇ ବେହେରା ବୋଲି ଜଣାପଡିଛି । ଶନିବାର ସେ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । କିନ୍ତୁ ଘରକୁ ଫେରି ନଥିଲେ । ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ପରଦିନ ସକାଳେ ତାଙ୍କର ମୃତଦେହ ଜଙ୍ଗଲରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ବନ ବିଭାଗ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ତ୍ରୟୋଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ

mahabharatanews

ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ମହିଳାଙ୍କ କାନ୍ଧରେ ପ୍ରସୂତିଙ୍କ ଜୀବନ

mahabharatanews