ଓଡିଶା

ଗୁଳିମାଡରେ ଔଷଧ ଦୋକାନୀ ମୃତ, ଡାକ୍ତର ଗୁରୁତର

(ମହାଭାରତ, ଖୋର୍ଦ୍ଧା): ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାର ଏକ କ୍ଲିନିକରେ ଗୁଳିମାଡ ହୋଇଥିଲା । ଏଥିରେ ଗୁରୁତର ହୋଇଥିବା ଜଣେ ଔଷଧ ଦୋକାନୀଙ୍କର ମୃତ୍ୟୁ ହୋଇଛି । ଗୁଳିମାଡରେ ଗୁରୁତର ହୋଇଥିବା ଡାକ୍ତରଙ୍କର ଭୁନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ, ଖୋର୍ଦ୍ଧାର ଏକ ଘରୋଇ କ୍ଲିନିକରେ ରବିବାର ସନ୍ଧ୍ୟାରେ ରୋଗୀ ଦେଖୁଥିବା ବେଳେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାସ କ୍ଲିନିକରେ ବସିଥିଲେ । ଏହି ସମୟରେ ମୁହଁରେ ମୁଖା ବାନ୍ଧି ୨ ଜଣ ଦୁର୍ବୃତ୍ତ କ୍ଲିନିକ ଭିତରକୁ ପଶି ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ କରିଥିଲା । ତାଙ୍କ ଛାତିରେ ଓ ପେଟରେ ଗୁଳି ବାଜିଥିଲା । ଗୁଳି ଫୁଟା ଶଦ୍ଧ ଶୁଣି ଔଷଧ ଦୋକାନୀ ଜଣକ ଦୌଡି ଆସିବାରୁ ଦୁର୍ବୃତ୍ତ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲା ।

ଚିକିତ୍ସା ନିମନ୍ତେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଔଷଧ ଦୋକାନୀଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ଖୋଳତାଡ କରୁଥିଲେ ମଧ୍ୟ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ ।

Related posts

୨ ଜିଲ୍ଲାରେ ଅତିପ୍ରବଳ ବର୍ଷା, ୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

mahabharatanews

ପୁରୀ ବଡ ଦାଣ୍ଡରେ ଡ୍ରୋନ୍ ମନା

mahabharatanews

କମ୍ବିଂ ଅପରେସନ ବେଳେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, କ୍ୟାମ୍ପ ଧ୍ୱଂସ

mahabharatanews