ଓଡିଶା

ବାଇକ୍ ଦୁର୍ଘଟଣାରେ ୨ ମୃତ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ବପାଣି ଘାଟି ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ଜୟପାଟଣା ବ୍ଲକ ଅନ୍ତର୍ଗତ ପରଜାନାଗଫେଣୀ ଗାଁର ବାସିନ୍ଦା ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ଶନିବାର ଯୁବକ ଦ୍ୱୟ କୌଣସି କାମରେ ନବରଙ୍ଗପୁର ଯାଇଥିଲେ । ପରଦିନ ସକାଳେ ଘରକୁ ଫେରୁଥିବା ବେଳେ ହଠାତ ଆମ୍ବପାଣି ଘାଟି ନିକଟରେ ସେମାନଙ୍କ ବାଇକ ଭାରସାମ୍ୟ ହରାଇଥିଲା ଓ ସେମାନେ ତଳେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିଲେ । ଅନ୍ୟ ଜଣକୁ ପୋଲିସ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ବନ୍ଧୁକ ମୁନରେ ୨ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ

mahabharatanews

ଆଜି ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି

mahabharatanews

ବସିଲା ସର୍ବଦଳୀୟ ବୈଠକ: ନିମନ୍ତ୍ରଣ ସତ୍ବେ ଯୋଗ ଦେଲନି ନବୀନ ପଟ୍ଟନାୟକ, ଅନୁପସ୍ଥିତ ରହିଲା କଂଗ୍ରେସ

mahabharatanews