ଓଡିଶା

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ସାଲେପୁର: କଟକଜିଲ୍ଲା କଟକ -·ନ୍ଦବାଲି ରାସ୍ତାର ସାଲେପୁର ବଜାର ଥାନା ଛକ ଠାରୁ ଶହେ ମିଟର ଅ ।ଗକୁ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ ହେଲେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନି ପାଟପୁରର ମୁରଲୀଧରରାଉଳଙ୍କ ପୁଅ ଜୟନ୍ତ କୁମାର ରାଉଳ (୨୪) । ସେ ଏକ ହିରୋ ଗ୍ଲାମର ମଟର ସାଇକେଲରେ ସାଲେପୁର ରୁ ନିଜ ଗ୍ରାମକୁ ଯାଉଥିବା ସମୟରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ଗାଡିଟି ଚଢିଯାଇଥିଲା ଫଳରେ ସେ ସେଠାରେ ମୃତ୍ୟୁବରଣ କରିଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ସାଲେପୁର ଗୋଷ୍ଠୀ କେନ୍ଦ୍ରକୁ ନେଇଥିଲେ । ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଟର ସାଇକେଲକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Related posts

ଗୋପାଳଜିଉଙ୍କ ମନ୍ଦିରରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

mahabharatanews

୧୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର:ଅଶୋକ ପଣ୍ଡା

mahabharatanews

ଡାକ୍ତରଖାନାମାନଙ୍କୁ ବିଏମସିର ନିର୍ଦ୍ଦେଶ, କୋଭିଡ ପାଇଁ ପ୍ରସ୍ତୁତ ରୁହ

mahabharatanews