Uncategorized

ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ

ୱାସିଂଟନ: ୭୩ ବର୍ଷୀୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ସମସ୍ୟା ଜଟିଳ ହେବାକୁ ଲାଗିଛି । ତାଙ୍କ ବିରୋଧରେ ହାଉସ ଅଫ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ ହୋଇଯାଇଛି । ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବୁଧବାର ଦୀର୍ଘ ସମୟ ଧରି ବତର୍କ ହୋଇଥିଲା । ବିତର୍କ ପରେ ମତଦାନ ହୋଇଥିଲା ।
ହାଉସ ଅଫ ରିପ୍ରେଜେଣ୍ଟିଭ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚଳାଇବା ପକ୍ଷରେ ମତଦାନ କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାର ଦୁରୁପୋଯୋଗ ପାଇଁ ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ ହୋଇଯାଇଛି । ଗୃହରେ ୧୯୭ ତୁଳନାରେ ୨୩୦ ଭୋଟରେ ଏହା ପାସ ହୋଇଛି । ଆସନ୍ତା ମାସରେ ସିନେଟରେ ଶୁଣାଣି ହେବ ।
ଆମେରିକାର ହାଉସ ଅଫ ଜୁଡିସିଅ ।ଲ ଟୁଇଟ କରି କହିଛି ଯେ, ହାଉସ ଅଫ ରିପ୍ରେଜେଣ୍ଟିଭ ସଂଯୁକ୍ତ ରାଜ୍ୟ ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମହାଭିଯୋଗ ପ୍ରସ୍ତାବ ପକ୍ଷରେ ଭୋଟିଂ କରିଛି । ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ମାମଲା ଆସିଛି । ସଂସଦର ନିମ୍ନ ଗୃହ ହାଉସ ଅଫ ରିପ୍ରେଜେଣ୍ଟିଭରେ ବୁଧବାର ୧୦ ଘଣ୍ଟା ଯାଏଁ ବିତର୍କ ହୋଇଛି ।

Related posts

ନୂଆଦିଲ୍ଲୀ: ଆମେରିକା ବିପକ୍ଷରେ ପ୍ରଦର୍ଶନ

mahabharatanews

୨ ଟ୍ରକ ଧକ୍କା: ୨୩ ପ୍ରବାସୀ ଶ୍ରମିକ ମୃତ: ୨୦ ଗୁରୁତର

mahabharatanews

ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଉଦ୍ବୋଧନ

mahabharatanews