Uncategorized

ନୌସେନା ମୁଖ୍ୟଙ୍କ ୪ ଦିନିଆ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆଜି ୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି । ଉଭୟ ଦେଶ ମଧ୍ୟରେ ନୌସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ଉନ୍ନତି ଆଣିବା ଏହି ଗସ୍ତର ଉଦ୍ଦେଶ୍ୟ । ଏହି ଅବସରରେ ଆଡମିରାଲ ସିଂହ ଶ୍ରୀଲଙ୍କା ନୌସେନାର କମାଣ୍ଡର ଭାଇସ୍ ଆଡମିରାଲ କେ କେ ଭି ପି ଏଚ ଡିସିଲ୍ଭାଙ୍କ ସହ ଆଲୋଚନା କରିବେ ।

୨୨ ତାରିଖ ଦିନ ତ୍ରିଙ୍କୋମାଲି ସ୍ଥିତ ନାଭାଲ ମାରିଟାଇମ ଏକାଡେମୀର ପାସଆଉଟ ହେବାକୁ ଥିବା ୬୦ତମ ପାସିଂଆଉଟ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେବେ । ସୂଚନାଯୋଗ୍ୟ, ଶ୍ରୀଲଙ୍କା ନୌସେନା ଇଣ୍ଡିଆନ ଓସେନ ନାଭାଲ ସିମ୍ପୋଜିୟମର ଏକ ସଦସ୍ୟ ଓ ସିମ୍ପୋଜିୟମ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସେନା ଯୋଗଦାନ କରିଥାଏ ।

Related posts

ମହାରାଷ୍ଟ୍ରରେ ୧୦୦୧ ପୁଲିସ କର୍ମଚାରୀ ସଂକ୍ରମିତ

mahabharatanews

ଅମ୍ବୁରୟାନ ନଦୀରେ ମିଶିଲା ୨୦ ହଜାର ଟନ ଡିଜେଲ

mahabharatanews

ଦୁଇ ଦିନ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ଝଡବର୍ଷା, ବଜ୍ରପାତ ଆଶଙ୍କା

mahabharatanews