Uncategorized

ନୌସେନା ମୁଖ୍ୟଙ୍କ ୪ ଦିନିଆ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆଜି ୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି । ଉଭୟ ଦେଶ ମଧ୍ୟରେ ନୌସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ଉନ୍ନତି ଆଣିବା ଏହି ଗସ୍ତର ଉଦ୍ଦେଶ୍ୟ । ଏହି ଅବସରରେ ଆଡମିରାଲ ସିଂହ ଶ୍ରୀଲଙ୍କା ନୌସେନାର କମାଣ୍ଡର ଭାଇସ୍ ଆଡମିରାଲ କେ କେ ଭି ପି ଏଚ ଡିସିଲ୍ଭାଙ୍କ ସହ ଆଲୋଚନା କରିବେ ।

୨୨ ତାରିଖ ଦିନ ତ୍ରିଙ୍କୋମାଲି ସ୍ଥିତ ନାଭାଲ ମାରିଟାଇମ ଏକାଡେମୀର ପାସଆଉଟ ହେବାକୁ ଥିବା ୬୦ତମ ପାସିଂଆଉଟ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେବେ । ସୂଚନାଯୋଗ୍ୟ, ଶ୍ରୀଲଙ୍କା ନୌସେନା ଇଣ୍ଡିଆନ ଓସେନ ନାଭାଲ ସିମ୍ପୋଜିୟମର ଏକ ସଦସ୍ୟ ଓ ସିମ୍ପୋଜିୟମ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସେନା ଯୋଗଦାନ କରିଥାଏ ।

Related posts

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମନୁ ଭାକର ଦେଲେ ପ୍ରଥମ ମେଡାଲ

mahabharatanews

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି

mahabharatanews

ବିଜେପି ରାବଣର ସନ୍ତାନ: ଅଧୀର ରଞ୍ଜନ

mahabharatanews