ଓଡିଶା

ହାତୀ ଆକ୍ରମଣରେ ଲୋକେ ଅତିଷ୍ଠ

ଢେଙ୍କାନାଳ: ପରଜଙ୍ଗ ଅଞ୍ଚଳରେ ହାତୀ ଅ ।ତଙ୍କ ଖେଳାଇ ଦେଇଛି । ନିକଟରେ କୁନ୍ଦନନ୍ଦନେଇପୁର ଗାଁରେ ଜଣେ ଚାଷୀଙ୍କୁ ହାତୀ ଧାନ ବିଲରେ କଚାଡି ମାରି ଦେଇଥିଲା । ଏବେ ଡ଼ମୋଳ ଗାଁରେ ହାତୀ ପସି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ ନଷ୍ଟ କରିଥିଲା । କିନ୍ତୁ ବନ ବିଭାଗ ହାତୀମାନଙ୍କୁ ଘଉଡାଇବାରେ ବିଫଳ ହୋଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ଉତ୍ୟକ୍ତ ଲୋକେ ଜଣେ ବନ କାର୍ମଚାରୀଙ୍କୁ ଅଟକ ରଖିôବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।
ଢେଙ୍କାନାଳ ଜିଲା ପରଜଙ୍ଗ ଅନ୍ତର୍ଗତ ରୋଡ଼ କୁନ୍ଦନନ୍ଦନେଇପୁର ଗାଁରେ ହାତୀ କିଛି ଦିନ ତଳେ ଜଣେ ଚାଷୀ ଧାନ ବିଲରେ କାମ କରୁଥିବା ସମୟରେ ତାଙ୍କୁ ମାରି ଦେଇଥିଲା । ଗତକାଲି ରୋଡ଼ ଗ୍ରାମର •ଷୀ ଶ୍ରୀକାନ୍ତ ମୁଦୁଲି ଧାନ ବିଲକୁ ସକାଳୁ ଯାଇଥିବା ବେଳେ ହାତୀ ଅ ।କ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା । ପରଜଙ୍ଗ ଡ଼ମୋଳ ଗାଁରେ ଗତ ରାତିରେ ହାତୀ ଘର ଭାଙ୍ଗିବା ସାଙ୍ଗକୁ ବ୍ୟାପକ ଫସଲ ନଷ୍ଟ କରିଥିଲା ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖା ଦେଇଥିଲା ।
ଏଠାରେ ବାରମ୍ବାର ହତୀଙ୍କ ଆକ୍ରମଣରେ ଲୋକେ ଜୀବନ ହାରିବା ସହ ସେମାନଙ୍କ ଧନ ସମ୍ପତ୍ତି ନଷ୍ଟ ହେଉଥିôବା ବେଳେ ବନ ବିଭାଗ ଖାଲି ଘଟଣା ପରେ ଆସି ତଦନ୍ତ ନାମରୁ ବୁଲି ଚାଲିଯାଉଥିବା ଅଭିଯୋଗ ହେଉଛି । ଗତକାଲି ଶ୍ରୀକାନ୍ତଙ୍କ ମୃତ୍ୟୁ ଖବର ପାଇଁ ବନ କର୍ମ•ରୀ ତଦନ୍ତ ପାଇଁ ପହଞ୍ଚିବାରୁ ଲୋକେ ୟସେ ଅଟକ ରଖିଥ । ପରେ ସ୍ଥାନୀୟ ବନ ଅଧିକାରୀମାନେ ଆସି ଲୋକଙ୍କୁ ବୁଝାଶୁଝା କରିବା ପରେ ଲୋକେ ଉକ୍ତ ଅଟକ କର୍ମଚାରୀଙ୍କୁ ଛାଡିଥିଲେ ।

Related posts

ସାଇବର ଥାନା ପୋଲିସ ହାତରେ ସାଇବର ଠକ

mahabharatanews

୧୬ନମ୍ବର ଜାତୀୟ ରାଜପଥ ସାରେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

mahabharatanews

ଖଡ଼ିଆ ପରିବାରଙ୍କୁ ଠାକୁରମୁଣ୍ଡା ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ କମଳ ବଣ୍ଟନ

mahabharatanews