ଓଡିଶା

ଉଦଳା ସେଣ୍ଟେମେରୀ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

(ମହାଭାରତ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ଦିବ୍ୟସିଂହପୁର ଠାରେ ଥିବା ସେଣ୍ଟମେରୀ ସ୍କୁଲରେ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ମଧୁସ୍ମିତା ଦାସ ଏହି ଉତ୍ସବରେ ଯୋଗ ଦେଇଥିଲେ । ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରିଲେ ତାହା ପିଲାମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଜଗନ୍ନାଥ ଲେଙ୍କା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ । ଏହି ଅବସରେ ସ୍କୁଲ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରଥିଲେ । ସ୍କୁଲ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିୟ ଅତିଥିମାନେ ପୁରସ୍କୃତ କରିଥିଲେ ।

Related posts

ବଢୁଛି ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ

mahabharatanews

କାଳବୈଶାଖୀ ଜନିତ ବର୍ଷା; ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

୬୫ କେଜି ଗଞ୍ଜେଇ ଜବତ, ୨ ଗିରଫ

mahabharatanews