ଓଡିଶା

ପୋଡିଗଲା ୨୦୦ କ୍ୱିଣ୍ଟାଲ ଧାନ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସୁର୍ଡା ଗାଁରେ ଏକ ଅଘଟଣ ଘଟିଛି । ଗାଁର ସଦାନନ୍ଦ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଖଳାରେ ନିଆଁ ଲାଗିବାରୁ ପ୍ରାୟ ୨୦୦ କ୍ୱିଣ୍ଟାଲ ଧାନ ପୋଡି ନଷ୍ଟ ହୋଇଯାଇଛି । ଏହି ଖଳାରେ ସଦାନନ୍ଦଙ୍କ ସହିତ ଗାଁର ଆଉ ୪ ଜଣ ଚାଷୀ ଧାନ ବିଡା ରଖିଥିଲେ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଖଳାରେ ନିଆଁ ଲଗାଇ ଦେଇଥିଲା । ତା ପରଦିନ ଖଳାରେ ନିଆଁ ଜଳୁଥିବା ଦେଖି ଗାଁ ଲୋକେ ସଙ୍ଗେ ସଙ୍ଗେ ଲୋଇସିଂହା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ସବୁ କିଛି ପୋଡି ଛାରଖାର ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ୫ ଜଣ ଚାଷୀଙ୍କ ପ୍ରାୟ ୨୦୦ କ୍ୱିଣ୍ଟାଲ ଧାନ ପୋଡି ଛାରଖାର ହୋଇଯାଇଥିବା ଅନୁମାନ କରାଯାଉଛି । ବର୍ଷକର ଝାଳବୁହା ପରିଶ୍ରମର ଫଳ ଜଳି ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ହତାଶ ହୋଇଯାଇଛନ୍ତି । ତେବେ ଏନେଇ ସେମାନଙ୍କୁ କି ପ୍ରକାର ସହାୟତା ଯୋଗାଇ ଦିଆଯାଇ ପାରିବ, ସେ ସମ୍ପର୍କରେ ପ୍ରଶାସନର ମତାମତ ମିଳିପାରି ନାହିଁ ।

Related posts

ବ୍ରିଜ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି

mahabharatanews

କରୋନା ଆକ୍ରାନ୍ତ ଚିହ୍ନଟ ପରେ କଲୋନୀକୁ ଆଂଶିକ କଣ୍ଟେନମେଣ୍ଟ ଜୋନ ଘୋଷଣା

mahabharatanews

ପୋଟେରୁ କେନାଲ ଡିଭିଜନରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ – ୨୦୨୬ ଉଦ୍‌ଘାଟିତ

mahabharatanews