ଓଡିଶା

ଉଦଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

(ମହାଭାରତ, ଉଦଳା): ଉଦଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ ଉଦଳା ବିଧାୟକ ଭାସ୍କର ମଢେଇ ମୁଖ୍ୟ ବିଧାୟକ ଭାବେ ଯୋଗ ଦେଇଥିଲେ । ମୟୁରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବାର୍ଷିକ ଉତ୍ସବର ଉଦଘାଟନ କରିଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ୟାମସୁନ୍ଦର ପଣ୍ଡା, ସମ୍ପାଦକ ଖଗେଶ୍ୱର ସିଂହ, ପ୍ରଧାନ ଆଚାର୍ଯ୍ୟ ଅଜିତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟ ସମ୍ପାଦନ କରିଥିଲେ । ସଭା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ କରିଥିଲେ । ଏହା ବ୍ୟତୀତ ସ୍କୁଲ ତରଫରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାପରେ ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ ଦ୍ୱାରା ଏକ ପୁସ୍ତକର ଉନ୍ମୋଚନ କରାଯାଇଥିଲା ।

Related posts

 ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା 

mahabharatanews

  ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ଆଶଙ୍କା 

mahabharatanews

ବିକାଶ କ୍ଷେତ୍ରରେ ସଫଳତା ହାସଲ କରିଛି ମିଶନ ଶକ୍ତି

mahabharatanews