ଓଡିଶା

୧୦୬ କରୋନା ସଂଦିଗ୍ଧ ପୃଥକବାସରେ ଅଛନ୍ତି: ବାଗଚୀ

ଭୁବନେଶ୍ୱର: ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨,୮୪୧ଟି କରୋନା ପରୀକ୍ଷା କରା ଯାଇଥିବା ବେଳେ ୪୪ଟି ପଜିଟିଭ୍‌ ଆସିଛି। ସେହିପରି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି । ସେହିପରି ୧୦୬ ଜଣ କରୋନା ସନ୍ଦିଗ୍ଧଙ୍କୁ ରାଜ୍ୟ ସରକାର ଏବେ ପୃଥକବାସରେ ରଖିଛନ୍ତି ବୋଲି ଆଜି ପ୍ରେସ ମିଟରେ ରାଜ୍ୟ କୋଭିଡ୍‌-୧୯ର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।
ଶ୍ରୀ ବାଗଚୀ କହିଛନ୍ତି, ସମଗ୍ର ବିଶ୍ୱରେ ଏବେ ୨୦୯ଟି ରାଷ୍ଟ୍ର କରୋନାରେ ସଂକ୍ରମିତ ହୋଇଥିବା ବେଳେ ଭାରତ ୨୪ ତମ ସ୍ଥାନରେ ରହିଛି। ସେହିପରି ଦେଶର କରୋନା ଆକ୍ରାନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ୧୬ରେ ରହିଛି। ଏଥିସହ ସେ କହିଛନ୍ତି ଓଡ଼ିଶାରେ ଏବେ ୮ଟି କେବଳ କୋଭିଡ୍‌ ହସ୍ପିଟାଲ କାର୍ୟ୍ୟକ୍ଷମ ଥିବା ବେଳେ ସେଠାରେ ଶଯ୍ୟା ସଂଖ୍ୟା ୧୫୩୯ ରହିଛି, ଯାହାସମଗ୍ର ଦେଶରେ ସବୁଠାରୁ ଆଗରେ ।
ଏଥିସହ ବିଶ୍ୱ ଓ ଦେଶରେ କରୋନାର ସ୍ଥିତି ସଂପର୍କରେ ସେ କହିଛନ୍ତି, ଗତକାଲି ସକାଳ ୯ଟା ସୁଦ୍ଧା ସମଗ୍ର ବିଶ୍ୱର ୨୦୯ଟି ରାଷ୍ଟ୍ରରେ ମୋଟ ୧୪,୩୬,୮୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ଏମାନଙ୍କ ସଂଖ୍ୟା ଆସି ପହଞ୍ଚିଛି ୧୫,୨୩,୮୯୮ରେ। ସେହପରି ଗତକାଲି ମୃତକଙ୍କ ସଂଖ୍ୟା ୮୨,୪୨୧ ଥିବା ବେଳେ ଆଜି ଏହା ୮୮,୯୫୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ ଆଜି ସୁଦ୍ଧା ୫,୭୩୪ଜଣ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା ୧୬୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଶ୍ରୀ ବାଗଚୀ।

Related posts

କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀ ଉପଦ୍ରବ

mahabharatanews

ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା:  ଟ୍ରେନ ଧକ୍କାରେ ଦୁଇ ମୃତ

mahabharatanews

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ 

mahabharatanews