ଓଡିଶା

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗୁଳିଆ ମାଧବ ଗାଁରେ ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ତାଙ୍କ ନାଁ ଭରତ ଦାସ (୩୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି ଏକ କଥାକୁ ନେଇ ଯୁବକଙ୍କର ତାଙ୍କ ସ୍ତ୍ରୀର ସହ ପାଟିତୁଣ୍ଡ ହୋଇଥିଲା । କିଛି ନଖାଇ ସେ ଉପାସରେ ଶୋଇଥିଲେ । ପରଦିନ ସକାଳେ ସ୍ତ୍ରୀ ତାଙ୍କୁ ଡାକିବାରୁ ସେ ଉଠି ନଥିଲେ । ଏନେଇ ଶାଶଘର ଲୋକଙ୍କୁ ଯୁବକଙ୍କ ସ୍ତ୍ରୀ ଜଣାଇଥିଲେ । କିନ୍ତୁ ସେତେବେଳକୁ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ଯୁବକଙ୍କୁ କେହି ଜଣେ ହତ୍ୟା କରିଛି ବୋଲି ତାଙ୍କ ପତ୍ନୀ କହିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related posts

ବୋର୍ଡ ପରୀକ୍ଷା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

mahabharatanews

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

mahabharatanews

ଶ୍ରାବଣ ମାସ ଦ୍ୱିତୀୟ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ

mahabharatanews

Leave a Comment