ଓଡିଶା

ବନ ବିଭାଗ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଥାଳବନ୍ଧ ଗାଁର ଉତ୍ତ୍ୟକ୍ତ ଚାଷୀ ଗତ ସୋମବାର ଏଠାକାର ବନ ବିଭାଗର ୨ କର୍ମଚାରୀଙ୍କୁ ଗୋଟିଏ ଘରେ ପ୍ରାୟ ୯ ଘଣ୍ଟା କାଳ ବନ୍ଦ ରଖିଥିଲେ । ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ମାତିଥିବା ହାତୀପଲ ପାଚିଲା ଗାଁ ଲୋକଙ୍କ ଧାନ ଓ ପନିପରିବା ଚାଷ ନଷ୍ଟ କରିଦେଉଥିଲେ । ଏନେଇ ବାରମ୍ବାର ଜଙ୍ଗଲ ବିଭାଗକୁ ଖବର ଦେବା ପରେ ମଧ୍ୟ କେହି ଶୁଣୁ ନଥିଲେ ।

ତେବେ ଗତକାଲି ଘଟଣାର ତଦନ୍ତ କରିବା ପାଇଁ ବନ ବିଭାଗର ୨ ଜଣ କର୍ମଚାରୀ କ୍ଷତିଗ୍ରସ୍ତ ହୋଇଥିବା ଧୁବା ପଟେଲ ନାମକ ଚାଷୀଙ୍କ ଚାଷ ଜମି ନିକଟରେ ପହଞ୍ଚିଥିଲେ । କ୍ଷତିପୂରଣ ଦାବି କରି ଉକ୍ତ ଚାଷୀ ଓ ତାଙ୍କ ଭାଇ ସେଠାରେ ଥିବା ଫାର୍ମ ହାଉସ ଭିତରକୁ ଡାକିନେଇ ବନ ବିଭାଗ କର୍ମଚାରୀ ଦ୍ୱୟଙ୍କୁ ତାଲା ପକାଇ ଦେଇଥିଲେ । ଏପରିକି ଉଭୟଙ୍କୁ ଉତ୍ତ୍ୟକ୍ତ ଚାଷୀ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୯ ଘଣ୍ଟା ଧରି ତାଲା ପକାଇ ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ବନବିଭାଗ ତରଫରୁ ତୁଷୁରା ଥାନାରେ ଦୁଇ ଚାଷୀଙ୍କ ନାଁରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Related posts

ପାଟଣା ଜାଗର ମହୋତ୍ସବରେ କେନ୍ଦୁଝରର ବିସ୍ମୟ ବାଳିକା

mahabharatanews

ବାତ୍ୟାକୁ ନେଇ ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର

mahabharatanews

ହୋଲି ଦୁର୍ଘଟଣାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ

mahabharatanews