ଓଡିଶା

ସୁବର୍ଣ୍ଣପୁର: ସିଏଏ ସମର୍ଥନରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ସୁବର୍ଣ୍ଣପୁର: ନାଗରିକତା ସଂଶୋଧନ ନିୟମ ସମର୍ଥନରେ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ତରଫରୁ ସିଏଏ ଓ ଏନଆରସି ସପକ୍ଷରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଆଇନକୁ ସମସ୍ତ ଭାରତୀୟ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିବା କଥା କିନ୍ତୁ ବିଭିନ୍ନ ରାଜନୈତିକ ଦଳମାନେ ଏହାକୁ ବିରୋଧ କରୁଛନ୍ତି । ସେମାନେ କିପରି ଭାରତୀୟ ହୋଇ ଏହାକୁ ବିରୋଧ କରୁଛନ୍ତି । ଏହି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା କରି ଥିଲେ । ଏଥିରେ ଶ୍ରଦ୍ଧାଞ୍ଜଳି ମିଶ୍ର, ସୁରେଶ ମିଶ୍ର, ସ୍ୱରୂପ ପାତ୍ର, ସଞ୍ଜୟ ମହାପାତ୍ର, ସମ୍ବିଡ଼ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

Related posts

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

mahabharatanews

ଆଗାମୀ ୩ ଦିନ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି

mahabharatanews

ବିଜେଡି ପିପିଲିରେ କରିବ ନାହିଁ ରାଲି

mahabharatanews