ଓଡିଶା

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

ଶେଷ ପର୍ଯ୍ୟାରେ ପହଞ୍ଚିଛି ପ୍ରସ୍ତୁତି

ଭୁବନେଶ୍ୱର: ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି। ପ୍ରଥମେ ଇଣ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆଖାଇ ଉତ୍ସବ ପାଳନ ହୋଇଥିାଏ। ଏହାଛଡା ଇଷ୍ଟ ଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପୂର୍ବ ପୁରୁଷଙ୍କ ପାଖରେ ନବାନ୍ନ ଲାଗି କରିଥାନ୍ତି। ତେବେ ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀଙ୍କ ନୂଆଖାଇ ପର୍ବରେ କିଛି ଭିନ୍ନତା ରହିଥାଏ। ସେମାନେ ଆଜି ଠାରୁ ଅର୍ଥାତ ଗୋଟାଏ ଦିନ ଆଗରୁ ନୂଆଖାଇ ପର୍ବ ପାଳନ କରିଥାନ୍ତି। ସୁନ୍ଦରଗଡର ଆଦିବାସୀମାନେ ନିଜ ପୂର୍ବ ପୁରୁଷଙ୍କ ପାଖରେ ନବାନ୍ନ ଲଗାଇ ନୂଆ ଖାଇଥାନ୍ତି। ନୂଆଖାଇ ପର୍ବର ଦିନକ ପୂର୍ବରୁ ଏମାନେ ଜଙ୍ଗଲରୁ ବାଜାଗାଜା ସହିତ ଯାଇ କୁରେଇ ଗଛର ପତ୍ର ତୋଳିଆଣିଥାନ୍ତି। ଆଉ ଏହି ପତ୍ରରେ ଖଲି, ଦନା ତିଆରି କରାଯାଇଥାଏ। ଯେଉଁ ଥିରେ ଏମାନେ ନୂଆ ଖାଇଥାନ୍ତି। ତେବେ ନୂଆଖାଇ ପର୍ବ ଲାଗି ରାଜ୍ୟ ସରକାରଙ୍କୁ ପକ୍ଷରୁ ଦୁଇ ଦିନ ଛୁଟି ଘୋଷଣା କରାଯାଇଛି। ପ୍ରଥମେ ବ୍ୟାଙ୍କ ସମେତ ବିର୍ତ୍ତୀୟ ସଂସ୍ଥା ବନ୍ଦ କରିବା ଲାଗି ବିଜ୍ଞପ୍ତି ଜାରି କରିଥିଲେ। ଏହା ପରେ ଗତକାଲି ନୂଆଖାଇ ପର୍ବ ଲାଗି ୧ ଓ ୨ ତାରିଖ ଦୁଇ ଦିନ ଛୁଟି ଘୋଷାଣା କରିଛନ୍ତି। ନୂଆଖାଇ ଅର୍ଥାତ ୨ ତାରିଖ ଦିନକୁ ଲୋକାଲ ହୋଲିଡେ ଭାବେ ଛୁଟି ଘୋଷଣା କରାଯାଇଛି। ଏହି ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲ୍ଲା ପାଇଁ ଛୁଟି ଘୋଷଣା କରାଯାଇଛି।

Related posts

କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

mahabharatanews

 ଆଗାମୀ ୪ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

mahabharatanews