ଓଡିଶା

ଦିନ ଦ୍ୱିପ୍ରହରରେ ଲୁଟି ନେଲେ ୪୫ ହଜାର ଟଙ୍କା

(ମହାଭାରତ, ଅସ୍ତରଙ୍ଗ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିନ ବରାଙ୍ଗ ଗାଁରେ ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ଏକ ସ୍କୁଟି ଡିକି ତାଡି ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଗାଁର ବାବୁଲି ସ୍ୱାଇଁ ଓ ତାଙ୍କ ପତ୍ନୀ ବୁଧବାର ଅପରାହ୍ନ ପ୍ରାୟ ୨ଟା ବେଳେ ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିଲେ । ବ୍ୟାଙ୍କରୁ ଫେରିବା ବେଳେ ନିକଟସ୍ଥ ଗଣେଷ ମନ୍ଦିର ସମ୍ମୁଖରେ ଥିବା ଏକ ଲୁଗା ଦୋକାନକୁ ଯାଇଥିଲେ । ଏହାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ୪୫ ହଜାର ଟଙ୍କା ଲୁଟି ନେଇଥିଲେ । ପୂର୍ବ ଯୋଜନା ମୁତାବକ, ଦୁର୍ବୃତ୍ତର ଆଉ ଜଣେ ସହଯୋଗୀ ବାଇକ୍ ଧରି ପହଞ୍ଚିବା ପରେ ଉଭୟ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଏହି ଲୁଟ୍ର ଦୃଶ୍ୟ ନିକଟସ୍ଥ ଏକ ଦୋକାନର ସିସିଟିଭିରେ କଏଦ ହୋଇଛି । ଏସମ୍ପର୍କରେ ଦମ୍ପତି ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ସ୍ନାନ ଯାତ୍ରା, ଘୋଷଯାତ୍ରା ସୁରୁଖୁରୁରେ କରିବାକୁ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

mahabharatanews

ଦୈନିକ ସଂକ୍ରମଣର ୪୦ ପ୍ରତିଶତ ଭୁବନେଶ୍ୱରରୁ

mahabharatanews

୨ ଜିଲ୍ଲାରେ ଅତିପ୍ରବଳ ବର୍ଷା, ୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

mahabharatanews