ଓଡିଶା

କଲଭର୍ଟ ତଳୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

(ମହାଭାରତ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ପାଟପୁର ଅନ୍ତର୍ଗତ ରମୁଣି ଛକ ନିକଟରେ ଥିବା ଏକ କଲଭର୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ନୟାଗଡ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ନୟାଗଡରୁ ଆସି ସାନଖେମୁଣ୍ଡି ବ୍ଲକର ପଥରଗୁଞ୍ଜି ଗାଁରେ ରହୁଥିଲେ । ସେଠାରେ ସେ ମନ୍ଦିର କାମ କରୁଥିଲେ । ବୁଧବାର ସକାଳେ ତାଙ୍କ ମୃତଦେହ କଲଭର୍ଟ ତଳେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପାଟପୁର ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ତେବେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Related posts

ସେପ୍ଟେମ୍ବର ୨୨ରେ ହେବ ବାଚସ୍ପତି ନିର୍ବାଚନ

mahabharatanews

ଓଡିଶାର ଅଖ୍ୟାତ ଗ୍ରାମ ଯୁବକଙ୍କ କଳାକୁ ଦେଖିବା ଦେଶ

mahabharatanews

୧୧୦ ତମ ବିଜୁ ଜୟନ୍ତୀ ପାଳିତ

mahabharatanews