Uncategorized

ନେତନ୍ୟାହୁ ଲିକୁଡ ପାର୍ଟି ଅଧ୍ୟକ୍ଷ ନିର୍ବାଚିତ

(ମହାଭାରତ, ଜେରୁଜେଲମ): ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଲିକୁଡ ପାର୍ଟି ଅଧ୍ୟକ୍ଷ ପଦବୀ ଲାଗି ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି । ଦଳ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଲିକୁଡ ପାର୍ଟି ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ୪୯ ପ୍ରତିଶତ ସଦସ୍ୟ ମତଦାନରେ ସାମିଲ ହୋଇଥିଲେ । ଦଳର ମୋଟ ୧ ଲକ୍ଷ ୧୬ ହଜାର ସଦସ୍ୟଙ୍କ ପାଇଁ ଦେଶରେ ୧୦୬ ମତଦାନ କେନ୍ଦ୍ର ହୋଇଥିଲା । ନେତନ୍ୟାହୁଙ୍କୁ ୭୨.୫ ପ୍ରତିଶତ ଭୋଟ ମିଳିଥିବା ବେଳେ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ଗିଦୋନ ସାରଙ୍କୁ ୨୭.୫ ପ୍ରତିଶତ ଭୋଟ ମିଳିଛି । ଫଳାଫଳ ପ୍ରକାଶ ପରେ ମୁଖ୍ୟ ପ୍ରତିଦ୍ୱନ୍ଦୀ ଗିଦୋନ ସାର ନିଜର ପରାଜୟ ସ୍ୱୀକାର କରିଛନ୍ତି । ସେ ଦୀର୍ଘଦିନ ଧରି ଲିକୁଡ ପର୍ଟିରେ ନେତନ୍ୟାହୁଙ୍କ ନୀତିଗୁଡିକୁ ସମାଲୋଚନା କରିଆସୁଥିଲେ । ପରାଜୟ ପରେ ସେ ନେତନ୍ୟାହୁଙ୍କ ନେତୃତ୍ୱକୁ ସ୍ୱୀକାର କରୁଥିବା କହିଛନ୍ତି । ଭଗବାନଙ୍କ ଆଶୀର୍ବାଦ ଏବଂ ପାର୍ଟି ସଦସ୍ୟଙ୍କ ସହାୟତା ବଳରେ ବିଜୟ ହାସଲ କରିପାରିଛନ୍ତି ବୋଲି ନେତନ୍ୟାହୁ ଟ୍ୱିଟ୍ କରି କହିଛନ୍ତି ।

Related posts

ଅବନ୍ତିପୋରାରେ ୪ ଜୈଶ ଏ ମହମ୍ମଦ ଆତଙ୍କବାଦୀ ଗିରଫ

mahabharatanews

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

mahabharatanews

୩ ବିଚାରପତିଙ୍କୁ ପଦରୁ ହଟାଇଲେ ମାଡ୍ରାସ ହାଇକୋର୍ଟ

mahabharatanews