ଓଡିଶା

୧୨ କେଜି ଗଞ୍ଜେଇ ଜବତ, ୩ ଗିରଫ

(ମହାଭାରତ, ରାଉରକେଲା): ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଏହି ଥାନା ଅନ୍ତର୍ଗତ ଗୋପବନ୍ଧୁ ପାଲି ରାସ୍ତାର ବିଏସଏନଏଲ ଚୌକ ଠାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅଭିଯୁକ୍ତ ମାନେ ଧରାପଡିଥିଲେ । ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ ଏହି ଚାଲାଣକାରୀମାନେ କୋରାପୁଟରୁ ଗଞ୍ଜେଇ ଆଣି ଷ୍ଟେସନରୁ ଏକ କାରରେ ରାଉରକେଲା ଆସୁଥିବା ପୋଲିସ ଖବର ପାଇଥିଲା । ଏହାପରେ ପ୍ଲାଣ୍ଟସାଇଟ୍ ଥାନା ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିସହ ଗୋଟିଏ କାର, ନଗଦ ୫ ହଜାର ଟଙ୍କା ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗଞ୍ଜେଇ ରାକେଟର ଚେର କେତେ ଯାଏ ଲମ୍ବିଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।

Related posts

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ

mahabharatanews

ଏବେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ

mahabharatanews

ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews