ଓଡିଶା

ବର୍ଷର ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପୁରୀ: ନୂଅ। ବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିିବାକୁ ହଜାର ହଜାର ଭକ୍ତଙ୍କ ଭିଡ ମଧ୍ୟ ରାତ୍ରୀରୁ ଦେଖିବାକୁ ମଳିଥିଲା । ରାତ୍ରୀ ୧ ଟା ୨୦ ମିନିଟରୁ ସାଧାଣଣ ଲୋକଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲା ଯାଇଥିଲା । ମହା ଅ ।ନନ୍ଦରେ ଶ୍ରଦ୍ଧାଳୁ ଦାରୁ ଦେବତାଙ୍କୁ ଦର୍ଶନ କରିଥିଲେ । ବିଶ୍ୱାସ ରହିଛି ନୂତନ ବର୍ଷରେ ପ୍ରଭୁ ଜଗନ୍ନାଥଙ୍କ କୃପା ମିଳିଲେ ସବୁ କଷ୍ଟ ଦୂର ହୁଏ । ସାରା ଦେଶରୁ ଜଗନ୍ନାଥ ପ୍ରେମୀ ଶ୍ରୀକ୍ଷେତ୍ରକୁ ନୂଅ । ବର୍ଷ ରେ ଛୁଟି ଅ ।ସିଛନ୍ତି ।

ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହିତ ଠାକୁରଙ୍କ ନୀତି କାନ୍ତି କୀଭଳି ଶୃଙ୍ଖଳିତ ହେବ ଏବଂ ସହଳ ମହାପ୍ରସଦ କିଭଳି ଭକ୍ତ ପାଇବେ ସେ ନେଇ ଶ୍ରୀମନ୍ଦିରରେ ନୀତି କାନ୍ତି ଚୂଡାନ୍ତ ହୋଇଛି । ୩୧ ତାରିଖ ରାତି ୯ ଟା ୩୦ ସୁଧା ମହାପ୍ରଭୁ ଙ୍କ ପହୁଡ଼ ନୀତି ସରିଥିଲା ।

ନୂଆ ବର୍ଷ ଜାନୁଅ ।ରୀ ୧ ତାରିଖ ରାତି ଏକଟାରୁ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ହେବା ସହ ଦର୍ଶନ ଅ ।ରଂଭ ହୋଇ ଥିଲା । ମଂଗଳ ଅ ।ଳତି , ଅବକାଶ, ତଡପ ଲାଗି , ଦ୍ୱାର ପାଳ ପୂଜା ସହିତ ଅନ୍ୟାନ୍ୟ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ନୂଅ । ବର୍ଷ ପାଇଁ ସଜେଇ ହୋଇଛି ପୁରୀ ସହର, ସଜେଇ ହୋଇଛି ସିଂହଦ୍ୱାର । ନୂଅ ।ବର୍ଷ ପାଇଁ ନବର୍ନିମିତ ସେଡକୁ ଫୁଲରେ ସଜାଯାଇଛି । ଏପରିକି ଭକ୍ତ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ସାଉଣ୍ଡ ବକ୍ସ ଲଗାଯାଇଛି । ଏଥିରେ ଭକ୍ତିପୂର୍ଣ୍ଣ ଭଜନ ଜଗନ୍ନାଥଷ୍ଟକ ଗାନ ହୋଇଛି । ସେହିଭଳି ଭକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଅତ୍ୟାଧୁନିକ ସିସି କ୍ୟାମେରା ଲଗାଯାଇଛି । ପୁରୀକୁ ନୂଅ । ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ସିଂହଦ୍ୱାର ସମ୍ମୁଖ ପ୍ରାଚୀର କଡ଼ରେ ସବୁଜିମା ସୃଷ୍ଟି କରାଯାଇଛି । ସେହିପରି ନୂଅ । ସେଡ ବ୍ୟାରିକେଡ ରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଯିବା ଅ ।ସିବା ଓ ବିଶ୍ରାମ ନେବା ନେଇ ବ୍ୟବସ୍ଥା ହୋଇଛି । ବ୍ୟାରି କେଡ ନିକଟରେ ପାଦ ଧୋଇବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛ । ରାତିରେ ସିଂହଦ୍ୱାର ଆଲୋକମାଳାରେ ଝଲସି ଥିଲା । ବଡ଼ ଦାଣ୍ଡ ଝୋଟି ଚିତା ସମେତ ବିଭିନ୍ନ ରଙ୍ଗରେ ଚିତ୍ର କରାଯାଇ ଅ ।କର୍ଷଣୀୟ କରାଯାଇଛି । ନାନା ରଙ୍ଗର ଫୁଲ ଗଛ ଓ ବିଭିନ୍ନ ଗଛ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ସମେତ ମେଘନାଦ ପାଚେରୀ, ବଡ଼ ଦାଣ୍ଡ, ବ୍ୟାରିକେଡରେ ଲଗାଯାଇଛି । ସେହିପରି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରକୁ ଦେଖିବାକୁ ଦେଶ ବିଦେଶରୁ ଅ ।ସିଥିବା ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଓ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରଥମ ବର୍ଷ ର ସୂର୍ଯ୍ୟ ଉଦୟ କୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥିଲା ।

Related posts

ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

mahabharatanews

ବଜ୍ରାଘାତରେ ଯୁବତୀ ମୃତ

mahabharatanews

ମାତୃଛାୟା ଆଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

mahabharatanews