ଓଡିଶା

ଟ୍ରେନ ଲାଇନରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର-ବୈଶିଙ୍ଗା ଟ୍ରେନ ଲାଇନ ନିକଟରୁ ଗୁରୁବାର ଦୁଇ ଯୁବକ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଦ୍ୱୟଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଉଭୟେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗତ ବୁଧବାର ରାତିରେ ଏହି ଦୁଇ ଯୁବକ ଯୁବତୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ମୃତକ ଯୁବକ ଯୁବତୀଙ୍କର ପରିଚୟ ଏଯାଏ ମିଳିପାରି ନାହିଁ । ରେଳବାଇ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Related posts

ଭାରସାମ୍ୟ ହରେଇ ରାସ୍ତା ତଳକୁ ଖସିଲା ମିନି ଟ୍ରକ

mahabharatanews

ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ

mahabharatanews

ଦିଲ୍ଲୀରେ ଶୀତ ଲହରି ଜାରି 

mahabharatanews