ଓଡିଶା

ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

(ମହାଭାରତ, ବାରିପଦା): ବାରିପଦା ସହରରୁ ଜଣେ ଅପରିଚିତ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ବାରିପଦା ସହରର ବାରୁଣୀ ଶିବ ମନ୍ଦିର ନିକଟରେ ଥିବା ଜରାଳୀସରାଳି ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ଏହି ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ପୋଲର ବାଡରେ ଏକ ଦଉଡି ବାନ୍ଧି ଉକ୍ତ ବ୍ୟକ୍ତିଜଣକ ତଳକୁ ଡେଇଁ ପଡିଥିବାରୁ ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ଆଜି ଠାରୁ ଏସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା

mahabharatanews

ଦାଦାବଟି ନ ଦେବାରୁ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲଙ୍କ ମାଡ

mahabharatanews

ପୁରୀକୁ ଆସିପାରିବେନି ପଶ୍ଚିମବଙ୍ଗ ଫେରନ୍ତା: ଜିଲ୍ଲାପାଳ

mahabharatanews