ଓଡିଶା

ଧାମ ମଣ୍ଡି ଉଦଘାଟିତ

(ମହାଭାରତ, ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କେନ୍ଦ୍ରେଶ୍ୱରୀ ସେବା ସମବାୟ ସମିତି ଓ ଚନ୍ଦ୍ରକୋଟ ସେବା ସମବାୟ ସମିତିରେ ଏକ ଧାନ ମଣ୍ଡିର ଉଦଘାଟିତ ହୋଇଯାଇଛି । ଏଥିରେ ସମିତିର ସମ୍ପାଦକ ଦୀପକ କୁମାର ପରିଡା, ସୁପରଭାଇଜର ଶ୍ୟାମ ସୁନ୍ଦର ମୁଦୁଲି, ସମବାୟ ସହ ନିବନ୍ଧକ ପ୍ରକାଶ ସେଠୀ ଆଦି ଉପସ୍ଥିତ ଥିଲେ । ସମବାୟ ସମିତିରେ ୧୫୯୯ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଥିବା ବେଳେ ୧୬ ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଛି । ଧାନମଣ୍ଡି ଉଦଘାଟନର ପ୍ରଥମ ଦିନରେ ୨୧ ଜଣ ଟୋକନ ପାଇଥିବା ଚାଷୀଙ୍କ ଠାରୁ ୧୪୯ କ୍ୱିଣ୍ଟାଲ ଧାନ କିଣା ଯାଇଥିବା ଶାଖା ପରିଚାଳକ ଲକ୍ଷ୍ମୀ ନାରାୟଣ ମିଶ୍ର କହିଛନ୍ତି । ସେହିପରି ଚନ୍ଦ୍ରକୋଟ ସମବାୟ ସମିତିରେ ମଧ୍ୟ ଏକ ଧାନ ମଣ୍ଡି ଉଦଘାଟିତ ହୋଇଛି । ତେବେ ଉଦଘାଟନର ପ୍ରଥମ ଦିନରେ ୨୧ ଜଣ ଚାଷୀଙ୍କ ଠାରୁ ପ୍ରାୟ ୧୫୦ କୁଇଣ୍ଟାଲ ଧାନ କିଣାଯାଇଥିବା ସମିତି ସୁପରଭାଇଜର ପ୍ରଫୁଲ୍ଲ ସ୍ୱାଇଁ ସୂଚନା ଦେଇଛନ୍ତି ।

Related posts

ପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ

mahabharatanews

ଟ୍ରକ ପଛକୁ ଧକ୍କା ଦେଇ, ଡମ୍ପର ଚାଳକ ଗୁରୁତର

mahabharatanews

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

mahabharatanews