ଓଡିଶା

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳିମାଡ

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ବାଲିକୁଦା ଥାନା ଅଳାବର ଗାଁରେ ପୂର୍ବ ଶତ୍ରୁତାକୁ ନେଇ କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିଛନ୍ତି । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ଆହତ ଯ୍ୁବକ ଜଣକ ବାଲିସାହି ଗାଁର ଦେବରାଜ ବିଶ୍ୱାଳ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ଶନିବାର ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ବାଟ ଓଗାଳିଥିଲେ । ପରେ ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଥିଲେ । ଏଥିରେ ଯୁବକଙ୍କ ବାମ ଗୋଡର ଜଙ୍ଘରେ ଗୁଳି ବାଜିଛି । ଫଳରେ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଛି । ତେବେ ଏହି ଦୁର୍ବୃତ୍ତମାନେ ଉକ୍ତ ଯୁବକଙ୍କ ଉପରେ ରାଗ ରଖିଥିବା ଏକ ଗ୍ୟାଙ୍ଗର କିଛି ସଦସ୍ୟ ବୋଲି ଜଣାଯାଇଛି । ଗୁଳିମାଡ ପରେ ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଜଗତସିଂପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଗୁଳିମାଡ କରିଥିବା ଯୁବକମାନେ ଉକ୍ତ ଯୁବକଙ୍କ ଉପରେ ରାଗ ରଖିଥିଲେ । ଏମାନେ କିଛି ଦିନ ତଳେ ବେଲରେ ମୁକୁଳିବା ପରେ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

Related posts

୨୮ ଦିନ ପରେ କାବୁ ହେଲା ମଣିଷଖିଆ ବଉଳା କୁମ୍ଭୀର  

mahabharatanews

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews

କିଲୋ ପିଛା ୧୦୦ ଟଙ୍କା ଟମାଟୋ ଦର, ଚିନ୍ତାରେ ଗ୍ରାହକ

mahabharatanews